ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବର୍ଦ୍ଧିତ ଦରମା ନେବେନାହିଁ । ଏହି ପ୍ରସଙ୍ଗକୁ ନେଇ ଓଡ଼ିଶା ରାଜନୀତିରେ ତୀବ୍ର ସମାଲୋଚନା ସୃଷ୍ଟି ହୋଇଛି। ଏହି ପ୍ରସଙ୍ଗରେ ଉଭୟ ବିଜେପି (BJP) ଏବଂ କଂଗ୍ରେସ ନବୀନଙ୍କୁ ଟାର୍ଗେଟ୍ କରିଛନ୍ତି। ଉପମୁଖ୍ୟ ମନ୍ତ୍ରୀ କେଭି ସିଂହଦେଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ କଟାକ୍ଷ କରି କହିଛନ୍ତି ଯେ ତାଙ୍କର ବର୍ଦ୍ଧିତ ଦରମା ନ ନେବା ନିଷ୍ପତ୍ତି କିଛି ନୁହେଁ, ବରଂ ଏହା ଏକ ଶୁଦ୍ଧ ରାଜନୈତିକ ଗୋଟି ଚାଳନା । ସିଂହଦେଓ ପ୍ରଶ୍ନ କରିଛନ୍ତି ଯେ ବର୍ଦ୍ଧିତ ଦରମା ବିଲ୍ ପାରିତ ହେବା ସମୟରେ ବିରୋଧୀ ଦଳ ନେତାଙ୍କ ପାଖରେ ବିଧାନସଭାରେ ନିଜର ମତ ରଖିବାର ସୁଯୋଗ ଥିଲା। ସେ କାହିଁକି ଗୃହକୁ ଆସିଲେ ନାହିଁ କିମ୍ବା ନିଜର ମତ ରଖିଲେ ନାହିଁ? ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଏହି ପ୍ରସଙ୍ଗକୁ ଏକ ‘ଡ୍ରାମା’ ବୋଲି କହି ସମାଲୋଚନା କରିଛନ୍ତି। ମିଶ୍ରଙ୍କ ମତରେ, “ନବୀନ ବାବୁ ବହୁତ ଧନୀ ଲୋକ। ତାଙ୍କର ଦରମାର ଆବଶ୍ୟକତା ନାହିଁ। ଏସବୁ ଡ୍ରାମା।” ସେ ଯୁକ୍ତି ବାଢ଼ିଛନ୍ତି ଯେ ଯଦି ବିରୋଧୀ ଦଳ ପ୍ରକୃତରେ ଏହି ବର୍ଦ୍ଧିତ ଦରମାକୁ ନେଇ ବିରୋଧ କରିଥାନ୍ତେ, ତେବେ ସରକାର ଏହାକୁ ପ୍ରତ୍ୟାହାର କରିଥାନ୍ତେ। ବିଧାନସଭାରେ ବିରୋଧ ନକରି ଏବେ ବାହାରେ ଏଭଳି କଥା କହିବାକୁ କେହି ଗ୍ରହଣ କରିବେ ନାହିଁ। କଂଗ୍ରେସ କହିଛି ଯେ “ଯଦି ବିରୋଧୀ ଦଳ ନେତାଙ୍କ ବର୍ଦ୍ଧିତ ଦରମା ନେବାର ନ ଥିଲା, ତେବେ ବିଧାନସଭାରେ ବିଜେଡି ଏହି ବିଲକୁ କାହିଁକି ସମର୍ଥନ କଲା? ଏହାକୁ ନେଇ ଏବେ ବିବାଦ ଜୋର ଧରିଛି ।
Trending
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
- ଚଳିତମାସ ୧୭ରୁ ଦେଶରେ ପ୍ରଥମ ଥର ବନ୍ଦେ ଭାରତ ସ୍ଲିପର ଟ୍ରେନ୍ର ଚଳାଚଳ ଆରମ୍ଭ
- ଷ୍ଟେସନରେ ଲାଗିଲା ନିଆଁ , ଷ୍ଟେସନ ମାଷ୍ଟର, ଡିଟିସି ଚାମ୍ବରରୁ ନେଇ ଟିକେଟ କାଉଣ୍ଟର ଓ ରେଲୱେ ଲାଇନ କ୍ଷତିଗ୍ରସ୍ତ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜର୍ମାନ ଚାନସେଲର ଫ୍ରେଡ୍ରିଚ୍ ମର୍ଜ ଙ୍କ ଦ୍ୱିପାକ୍ଷିକ ଆଲୋଚନା
Next Post