ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବର୍ଦ୍ଧିତ ଦରମା ନେବେନାହିଁ । ଏହି ପ୍ରସଙ୍ଗକୁ ନେଇ ଓଡ଼ିଶା ରାଜନୀତିରେ ତୀବ୍ର ସମାଲୋଚନା ସୃଷ୍ଟି ହୋଇଛି। ଏହି ପ୍ରସଙ୍ଗରେ ଉଭୟ ବିଜେପି (BJP) ଏବଂ କଂଗ୍ରେସ ନବୀନଙ୍କୁ ଟାର୍ଗେଟ୍ କରିଛନ୍ତି। ଉପମୁଖ୍ୟ ମନ୍ତ୍ରୀ କେଭି ସିଂହଦେଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ କଟାକ୍ଷ କରି କହିଛନ୍ତି ଯେ ତାଙ୍କର ବର୍ଦ୍ଧିତ ଦରମା ନ ନେବା ନିଷ୍ପତ୍ତି କିଛି ନୁହେଁ, ବରଂ ଏହା ଏକ ଶୁଦ୍ଧ ରାଜନୈତିକ ଗୋଟି ଚାଳନା । ସିଂହଦେଓ ପ୍ରଶ୍ନ କରିଛନ୍ତି ଯେ ବର୍ଦ୍ଧିତ ଦରମା ବିଲ୍ ପାରିତ ହେବା ସମୟରେ ବିରୋଧୀ ଦଳ ନେତାଙ୍କ ପାଖରେ ବିଧାନସଭାରେ ନିଜର ମତ ରଖିବାର ସୁଯୋଗ ଥିଲା। ସେ କାହିଁକି ଗୃହକୁ ଆସିଲେ ନାହିଁ କିମ୍ବା ନିଜର ମତ ରଖିଲେ ନାହିଁ? ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଏହି ପ୍ରସଙ୍ଗକୁ ଏକ ‘ଡ୍ରାମା’ ବୋଲି କହି ସମାଲୋଚନା କରିଛନ୍ତି। ମିଶ୍ରଙ୍କ ମତରେ, “ନବୀନ ବାବୁ ବହୁତ ଧନୀ ଲୋକ। ତାଙ୍କର ଦରମାର ଆବଶ୍ୟକତା ନାହିଁ। ଏସବୁ ଡ୍ରାମା।” ସେ ଯୁକ୍ତି ବାଢ଼ିଛନ୍ତି ଯେ ଯଦି ବିରୋଧୀ ଦଳ ପ୍ରକୃତରେ ଏହି ବର୍ଦ୍ଧିତ ଦରମାକୁ ନେଇ ବିରୋଧ କରିଥାନ୍ତେ, ତେବେ ସରକାର ଏହାକୁ ପ୍ରତ୍ୟାହାର କରିଥାନ୍ତେ। ବିଧାନସଭାରେ ବିରୋଧ ନକରି ଏବେ ବାହାରେ ଏଭଳି କଥା କହିବାକୁ କେହି ଗ୍ରହଣ କରିବେ ନାହିଁ। କଂଗ୍ରେସ କହିଛି ଯେ “ଯଦି ବିରୋଧୀ ଦଳ ନେତାଙ୍କ ବର୍ଦ୍ଧିତ ଦରମା ନେବାର ନ ଥିଲା, ତେବେ ବିଧାନସଭାରେ ବିଜେଡି ଏହି ବିଲକୁ କାହିଁକି ସମର୍ଥନ କଲା? ଏହାକୁ ନେଇ ଏବେ ବିବାଦ ଜୋର ଧରିଛି ।
Trending
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
- ରାଜଧାନୀରେ ଭୁଶୁଡ଼ିଲା 4 ମହାଲା କୋଠା ,ଅନେକ ଲୋକ ଫସି ରହିଥିବା ଆଶଙ୍କା
- କାର୍ଯ୍ୟରତ ସାମ୍ବାଦିକଙ୍କ ଅକାଳ ମୃତ୍ୟୁ ଘଟିଲେ, ସେମାନଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା
Next Post