କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍ଆଇସି) ପକ୍ଷରୁ ବ୍ରହ୍ମପୁର ଓ ବାଲେଶ୍ବରରେ ହସପିଟାଲ ସ୍ଥାପନ କରିବା ଲାଗି ଜମି ଅଧିଗ୍ରହଣକୁ ମଞ୍ଜୁରି ପ୍ରଦାନ କରାଯାଇଛି। ଉଭୟ ସ୍ଥାନରେ ୧୦୦ ଶଯ୍ୟା ବିଶିଷ୍ଟ ହସପିଟାଲ ନିର୍ମାଣ କରିବା ଲାଗି ୫ ଏକର ଲେଖାଏଁ ଜମି ଅଧିଗ୍ରହଣ କରାଯାଉଛି। ସେହି ଦୁଇ ହସ୍ପିଟାଲ୍କୁ ପରବର୍ତ୍ତୀ ସମୟରେ ୧୫୦ ଶଯ୍ୟାକୁ ସମ୍ପ୍ରସାରିତ କରାଯିବ। ନୂଆଦିଲ୍ଲୀରେ ଅନୁଷ୍ଠିତ ଇଏସ୍ଆଇସିର ୧୯୭ତମ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ପୂର୍ବରୁ ବାଲେଶ୍ବରର ରେମୁଣା ଓ ବ୍ରହ୍ମପୁରର କମାପଲ୍ଲୀରେ ଇଏସ୍ଆଇସି ଡିସ୍ପେନ୍ସେରି ରହିଛି। ଶ୍ରମ ମନ୍ତ୍ରୀ ଡ. ମନସୁଖ ମାଣ୍ଡଭୀୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୧୦ଟି ରାଜ୍ୟରେ ସ୍ଥାପନ ହେବାକୁ ଥିବା ନୂଆ ଇଏସ୍ଆଇସି ହସ୍ପିଟାଲ୍ ଓ ଡିସ୍ପେନ୍ସେରି ପାଇଁ ଜମି ଅଧିଗ୍ରହଣକୁ ମଞ୍ଜୁର କରାଯାଇଥିଲା। ଓଡ଼ିଶାରେ ଦୁଇଟି ହସ୍ପିଟାଲ୍ ବ୍ୟତୀତ ରାଜସ୍ଥାନ, ତାମିଲନାଡ଼ୁ, ହରିୟାଣା, ଉତ୍ତରପ୍ରଦେଶ, ତେଲେଙ୍ଗାନା ଓ ପଞ୍ଜାବରେ ନିର୍ମାଣ କରାଯିବାକୁ ଥିବା ନୂଆ ହସ୍ପିଟାଲ୍ ପାଇଁ ଜମି ଅଧିଗ୍ରହଣକୁ ମଧ୍ୟ ମଞ୍ଜୁର କରାଯାଇଛି।
Trending
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
- ରାଜଧାନୀରେ ଭୁଶୁଡ଼ିଲା 4 ମହାଲା କୋଠା ,ଅନେକ ଲୋକ ଫସି ରହିଥିବା ଆଶଙ୍କା