କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍ଆଇସି) ପକ୍ଷରୁ ବ୍ରହ୍ମପୁର ଓ ବାଲେଶ୍ବରରେ ହସପିଟାଲ ସ୍ଥାପନ କରିବା ଲାଗି ଜମି ଅଧିଗ୍ରହଣକୁ ମଞ୍ଜୁରି ପ୍ରଦାନ କରାଯାଇଛି। ଉଭୟ ସ୍ଥାନରେ ୧୦୦ ଶଯ୍ୟା ବିଶିଷ୍ଟ ହସପିଟାଲ ନିର୍ମାଣ କରିବା ଲାଗି ୫ ଏକର ଲେଖାଏଁ ଜମି ଅଧିଗ୍ରହଣ କରାଯାଉଛି। ସେହି ଦୁଇ ହସ୍ପିଟାଲ୍କୁ ପରବର୍ତ୍ତୀ ସମୟରେ ୧୫୦ ଶଯ୍ୟାକୁ ସମ୍ପ୍ରସାରିତ କରାଯିବ। ନୂଆଦିଲ୍ଲୀରେ ଅନୁଷ୍ଠିତ ଇଏସ୍ଆଇସିର ୧୯୭ତମ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ପୂର୍ବରୁ ବାଲେଶ୍ବରର ରେମୁଣା ଓ ବ୍ରହ୍ମପୁରର କମାପଲ୍ଲୀରେ ଇଏସ୍ଆଇସି ଡିସ୍ପେନ୍ସେରି ରହିଛି। ଶ୍ରମ ମନ୍ତ୍ରୀ ଡ. ମନସୁଖ ମାଣ୍ଡଭୀୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୧୦ଟି ରାଜ୍ୟରେ ସ୍ଥାପନ ହେବାକୁ ଥିବା ନୂଆ ଇଏସ୍ଆଇସି ହସ୍ପିଟାଲ୍ ଓ ଡିସ୍ପେନ୍ସେରି ପାଇଁ ଜମି ଅଧିଗ୍ରହଣକୁ ମଞ୍ଜୁର କରାଯାଇଥିଲା। ଓଡ଼ିଶାରେ ଦୁଇଟି ହସ୍ପିଟାଲ୍ ବ୍ୟତୀତ ରାଜସ୍ଥାନ, ତାମିଲନାଡ଼ୁ, ହରିୟାଣା, ଉତ୍ତରପ୍ରଦେଶ, ତେଲେଙ୍ଗାନା ଓ ପଞ୍ଜାବରେ ନିର୍ମାଣ କରାଯିବାକୁ ଥିବା ନୂଆ ହସ୍ପିଟାଲ୍ ପାଇଁ ଜମି ଅଧିଗ୍ରହଣକୁ ମଧ୍ୟ ମଞ୍ଜୁର କରାଯାଇଛି।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ