ଇମ୍ରାନ ଖାଁ ଶତ୍ରୁର ଭାଷା କହୁଛନ୍ତି
ଆଡ଼ିଆଲା ଜେଲରେ ବନ୍ଦୀ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ପାଗଳ ଘୋଷଣା କରିଛି। ସେନା ମୁଖପାତ୍ର ଏ ସମ୍ପର୍କରେ ଆନୁଷ୍ଠାନିକ ଭାବରେ ଏକ ବିବୃତ୍ତି ଜାରି କରିଛନ୍ତି, ଯେଉଁଥିରେ କୁହାଯାଇଛି ଯେ ଇମ୍ରାନ ଖାଁ ଏବେ ମାନସିକ ରୋଗୀ ହୋଇଯାଇଛନ୍ତି। ସେ ଦେଶଦ୍ରୋହୀଙ୍କ ଭାଷା କହୁଛନ୍ତି। ଇମ୍ରାନ ଖାଁ ଜେଲରୁ ସାଧାରଣ ଲୋକଙ୍କୁ ସେନା ବିରୁଦ୍ଧରେ ଉସକାଇବାକୁ ଚେଷ୍ଟା କରୁଛନ୍ତି, ଯାହାକୁ ଆଉ ବରଦାସ୍ତ କରାଯିବ ନାହିଁ।ସେନା ମୁଖପାତ୍ର ଲେଫ୍ଟନାଣ୍ଟ ଜେନେରାଲ ଅହମଦ ସରିଫ ଚୌଧୁରୀ ସାମ୍ବାଦିକମାନଙ୍କ ସହ କଥା ହେବା ସମୟରେ କହିଛନ୍ତି, “ଇମ୍ରାନ ଖାଁ ଶତ୍ରୁର ଭାଷା କହୁଛନ୍ତି। ସେ ପ୍ରତ୍ୟେକ ବିବୃତ୍ତିରେ ଶେଖ ମୁଜିବୁର ରହମାନଙ୍କ ନାମ ନେଉଛନ୍ତି। ଏହା ଦେଶ ପ୍ରତି ବିଶ୍ୱାସଘାତକତା। ୧୯୭୧ ମସିହାରେ ପାକିସ୍ତାନ ବିଭାଜନର କାରଣ ହୋଇଥିଲେ ମୁଜିବୁର ରହମାନ।”