ସିମ୍ ସହ ଲିଙ୍କ୍‌ ହେବ ହ୍ବାଟସ୍‌ଆପ୍

ମେସେଜିଂ ଆପ୍‌ ପାଇଁ 'ସିମ୍ ବାଇଣ୍ଡିଂ' ବାଧ୍ୟତାମୂଳକ

ନୂଆଦିଲ୍ଲୀ : ଦେଶରେ ଠକେଇ (Scams) ଏବଂ ଅପରାଧମୂଳକ କାର୍ଯ୍ୟକଳାପର ମୁକାବିଲା କରିବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଟେଲିକମ୍ ବିଭାଗ (DoT) ସମସ୍ତ ମେସେଜିଂ ଆପ୍‌ କମ୍ପାନିକୁ ‘ସିମ୍ ବାଇଣ୍ଡିଂ’ ବ୍ୟବସ୍ଥା ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛି। ଏହି ନିର୍ଦ୍ଦେଶ ଅନୁଯାୟୀ, WhatsApp, Telegram, Signal, ShareChat ସମେତ ଅନେକ ମେସେଜିଂ ଆପ୍‌କୁ ବାଧ୍ୟତାମୂଳକ ଭାବେ ନିମ୍ନଲିଖିତ ନିୟମ ପାଳନ କରିବାକୁ ପଡ଼ିବ । ପଞ୍ଜୀକରଣ ସମୟରେ ବ୍ୟବହାର କରାଯାଇଥିବା ସିମ୍ କାର୍ଡ ଡିଭାଇସ୍‌ରେ ଲଗାତାର ଉପଲବ୍ଧ ରହିବାକୁ କମ୍ପାନିଗୁଡ଼ିକ ନିଶ୍ଚିତ କରିବେ।

ସିମ୍ ନଥିଲେ ସେବା ବନ୍ଦ: ଯଦି ଡିଭାଇସ୍‌ରେ ସିମ୍ କାର୍ଡ ଉପଲବ୍ଧ ନହୁଏ, ତେବେ ମେସେଜିଂ ସେବା ଆପେଆପେ ବନ୍ଦ ହୋଇଯିବ।

ୱେବ୍ ଲଗ୍ଆଉଟ୍: ୱେବ୍ ଆଧାରିତ (Web-based) ସେବାଗୁଡ଼ିକ ପ୍ରତି ୬ ଘଣ୍ଟାରେ ଥରେ ଆପେ ଲଗ୍‌ଆଉଟ୍ ହୋଇଯିବା ପାଇଁ ବ୍ୟବସ୍ଥା କରିବାକୁ କମ୍ପାନିଗୁଡ଼ିକୁ କୁହାଯାଇଛି।

ସମସ୍ୟାର ମୁକାବିଲା: କେତେକ ମେସେଜିଂ ସଂସ୍ଥା ଗ୍ରାହକଙ୍କ ମୋବାଇଲ୍ ନମ୍ବରକୁ ପରିଚୟ ଭାବେ ବ୍ୟବହାର କରୁଥିଲେ ମଧ୍ୟ ସିମ୍ ଉପଲବ୍ଧ ନଥିବା ଡିଭାଇସ୍‌ରେ ସେମାନଙ୍କ ସେବା ଚାଲୁ ରହୁଥିବା ଜଣାପଡ଼ିବା ପରେ ସରକାର ଏହି ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ବ୍ୟବସ୍ଥା ଠକମାନଙ୍କୁ ଗୋଟିଏ ନମ୍ବର ବ୍ୟବହାର କରି ଏକାଧିକ ଡିଭାଇସ୍‌ରେ ଠକେଇ କରିବାରୁ ନିବୃତ୍ତ କରିବ।

Leave a comment