ଆଜିଠୁ ସଂସଦରେ ଆରମ୍ଭ ହେବ ଶୀତ ଅଧିବେଶନ
ଆଜିଠୁ ସଂସଦରେ ଆରମ୍ଭ ହେବ ଶୀତ ଅଧିବେଶନ । ବିଭିନ୍ନ ପ୍ରସଙ୍ଗରେ କମ୍ପିବ ଗୃହ। ଉଭୟ ଓ ଲୋକସଭା ଓ ରାଜ୍ୟସଭାରେ କେନ୍ଦ୍ର ସରକାରଙ୍କୁ ଘେରିବାକୁ ବିରୋଧି ରଣନୀତି ପ୍ରସ୍ତୁତ କରିଥିବା ବେଳେ କାଉଣ୍ଟର କରିବାକୁ ପ୍ରସ୍ତୁତ ଶାସକ ଦଳ । ରବିବାର ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ବିରୋଧୀ ଦଳ ସ୍ପଷ୍ଟ କରିଛନ୍ତି ଯେ ଯଦି ଏସଆଇଆର ଉପରେ ଆଲୋଚନା ନହୁଏ ତେବେ ସଂସଦକୁ ଅଚଳ କରିଦିଆଯିବ । ବିରୋଧୀ ଦଳଗୁଡ଼ିକ ଏହି ପ୍ରସଙ୍ଗରେ ଏକଜୁଟ ହୋଇଛନ୍ତି । ସେପଟେ ଗୃହକୁ ସୁରୁଖୁରୁରେ ଚଳାଇବାକୁ ବିରୋଧୀଙ୍କ ସହଯୋଗ ଲୋଡ଼ିଛନ୍ତି କେନ୍ଦ୍ର ସରକାର। ରବିବାର ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ୩୬ ରାଜନୈତିକ ଦଳର ୫୦ରୁ ଉର୍ଦ୍ଧ୍ବ ନେତା ଅଂଶଗ୍ରହଣ କରିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବୈଠକରେ ଅଧ୍ୟକ୍ଷତା କରିଥିଲେ । ଏସଆଇଆ ବ୍ୟତୀତ, ବିରୋଧୀ ଦଳ ଦିଲ୍ଲୀ ବୋମା ବିସ୍ଫୋରଣ, ଜାତୀୟ ସୁରକ୍ଷା, ବାୟୁ ପ୍ରଦୂଷଣ ଏବଂ ବୈଦେଶିକ ନୀତି ଉପରେ ମଧ୍ୟ ଆଲୋଚନା କରିବାକୁ ଦାବି କରିଛନ୍ତି ।