ବାରବାଟୀ ଲଢ଼େଇ ଆଜିଠୁ ଅନ୍ଲାଇନ୍ ଟିକେଟ୍
ବାରବାଟୀ ଲଢ଼େଇ ପାଇଁ ଆଜିଠୁ ଅନ୍ଲାଇନ୍ ଟିକେଟ୍ ନେଇପାରିବେ । ଆଜି ଅନଲାଇନରେ ଉପଲବ୍ଧ ହେବ ମ୍ୟାଚ୍ ଟିକେଟ । ଗତ ମ୍ୟାଚ୍ ତୁଳନାରେ ଏଥର ଟିକେ୍ଟ ସଂଖ୍ୟା ହ୍ରାସ ପାଇଛି । ଅର୍ଥାତ୍ ୪ହଜାର ପରିବର୍ତ୍ତେ ଏଥର ମାତ୍ର ୨ହଜାର ଟିକେଟ୍ ଦର୍ଶକଙ୍କ ପାଇଁ ଅନଲାଇନରେ ଉପଲବ୍ଧ ହେବ । ସେହିପରି ଅଫଲାଇନରେ ମଧ୍ୟ ଟିକେଟ୍ ସଂଖ୍ୟା କମିଛି । ଷ୍ଟାଡିୟମର କିଛି ଗ୍ୟାଲେରୀ ଦୁର୍ବଳ ଥିବାରୁ ଦର୍ଶକଙ୍କ ସୁରକ୍ଷା ଓ ସୁବିଧା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା କହିଛନ୍ତି ଓସିଏ କର୍ତ୍ତୃପକ୍ଷ । ଏହାଦ୍ବାରା ଗ୍ୟାଲେରୀ ସିଟ୍ ୨ରୁ ଅଢ଼େଇ ହଜାର ହ୍ରାସ ପାଇଥିବା ବେଳେ ୧୯ ଇଞ୍ଚ ବିଶିଷ୍ଟ ସିଟ୍କୁ ୨୨ ଇଞ୍ଚ କରିବାକୁ ନିଷ୍ପତ୍ତି ନିଆଯାଇଛି ।