ସାଂସଦ ଓ ବିଧାୟକଙ୍କ ନିର୍ବାଚନୀ ଖର୍ଚ୍ଚ ବଢିଲା

ସାଂସଦ ଓ ବିଧାୟକଙ୍କ ନିର୍ବାଚନୀ ଖର୍ଚ୍ଚ ବଢିଲା

ମେଟ୍ରୋ ଟିଭି ଓଡିଶା,୭/୧: ଆଗକୁ ନିର୍ବାଚନ ଥିବା ହେତୁ ଭାରତୀୟ ନିର୍ବାଚନ କମିଶନର ସବୁ ରାଜ୍ୟ ପାଇ ନିର୍ବାଚନୀ ଖର୍ଚ୍ଚକୁ ବୃଦ୍ଧି କରିବା ସୂଚନା ଜାରି ହୋଇଛି । ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ପାଇ ନିର୍ବାଚନ ଖର୍ଚ୍ଚ ବଢିଛି ।

ଏଣିକି ଓଡ଼ିଶାରେ ସାଂସଦ ପ୍ରାର୍ଥୀ ୯୫ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ । ପୂର୍ବରୁ ସାଂସଦ ପ୍ରାର୍ଥୀ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ନେଇ ବ୍ୟବସ୍ଥା ଥିଲା । ସେହିପରି ଜଣେ ବିଧାୟକ ପ୍ରାର୍ଥୀ ଏଣିକି ନିର୍ବାଚନରେ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ । ପୂର୍ବରୁ ୨୮ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ନେଇ ବ୍ୟବସ୍ଥା ଥିଲା ।