ଆମେ ନିଶ୍ଚିତ ଜିତିବୁ: ଭକ୍ତ ଦାସ

ନିର୍ବାଚନ ପ୍ରଚାରରେ କଗ୍ରେସର ରଣନୀତି ଭିନ୍ନ ଥିଲା । ବିଜେଡ଼ି ଓ ବିଜେପି ଭଳି ଦଳ ହାଇଭୋଲ୍ଟେଜ୍ ପ୍ରଚାର ନକରି ଦଳ ଛୋଟଛୋଟ ବୈଠକ କରି ମତଦାତାମାନଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବାକୁ ଚେଷ୍ଟା କରୁଥିବା ଦେଖାଯାଇଥିଲା । ଘାସିରାମ ଲୋକମାନଙ୍କର ସୁଖଦୁଃଖରେ ଛିଡ଼ା ହୋଇ ସେମାନଙ୍କର ବେଶ୍ ଶ୍ରଦ୍ଧାଭାଜନ ହୋଇଥିବା  ପିସିସି ସଭାପତି ଭକ୍ତ ଦାସ କହିଛନ୍ତି । ନୂଆପଡ଼ା ଉପନିର୍ବାଚନରେ ଆମେ ଏକ ନମ୍ବରରେ ଥିଲୁ କିନ୍ତୁ ଆମକୁ ୩ ନମ୍ବର ସ୍ଥାନ ଦେଉଛନ୍ତି, ଯାହା ସନ୍ଦେହଜନକ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି। ନିର୍ବାଚନ ପ୍ରଚାର ବେଳେ ଘାସିରାମ ମାଝୀଙ୍କ ପାଇଁ ଲୋକଙ୍କ ସର୍ବାଧିକ ସମର୍ଥନ ରହିଥିଲା। ଯଦି କିଛି ହେରଫେର ହୋଇନି, ତେବେ ଆମେ ନିଶ୍ଚିତ ଜିତିବୁ। ବିଜେପି ନେତା ବୁଥ ଭିତରେ ଟଙ୍କା ବାଣ୍ଟିବା, ଭୋଟ ଦିନ ଗାଡ଼ିରେ ପତାକା ଲଗାଇ ବୁଥ ପାଖରେ ରଖିବା, ଅନ୍ୟ ଏକ ଗାଡ଼ିରୁ ଇଭିଏମ୍ ମିଳିବା, ଶେଷ ସମୟକୁ ଅତିରିକ୍ତ ଭୋଟ ହେବା, ଆଦି ଦର୍ଶାଉଛି କଂଗ୍ରେସକୁ ହରାଇବା ପାଇଁ ସବୁ ପ୍ରକାର ଚେଷ୍ଟା କରାଯାଇଥିଲା।

ସେପଟେ ରାତି ପାଇଲେ ନୂଆପଡା ମତଦାତାମାନଙ୍କର ଫଳାଫଳ ପ୍ରକାଶ ପାଇବ । ଏହି ଫଳାଫଳ ସ୍ଥିର କରିବ ଆଗାମୀ ଓଡ଼ିଶା ରାଜନୀତିର ଦୃଶ୍ୟପଟ୍ଟ । ବିଜେପି ଜିତିଲେ ତାହାଲେ ସେମାନଙ୍କର ସ୍ଥିତି ଓ ପତିଆରା ଆଶାତୀତ ଭାବରେ ବୃଦ୍ଧି ପାଇବ । ସେହିପରି ଯଦି ବିଜୁ ଜନତା ଦଳ ଜିତୁଛି, ତେବେ ବ୍ରାଣ୍ଡ ନବୀନ ଓ ଶଙ୍ଖ ଚିହ୍ନର ଚମକ ଏବେ ବି ଅକ୍ଷତ ରହିଛି ବୋଲି ଜଣାପଡ଼ିବ ।

Leave a comment