ନୂଆପଡା ଲଢେଇରେ କେଉଁ ପ୍ରାର୍ଥୀ ଆଗରେ ?

ନୂଆପଡା ଲଢେଇରେ କାହାର ହେବ ବାଜି। ବିଜେପି କହୁଛି ଜିତିବ । ବିଜେଡି କହୁଛି ଜିତିବ । କଂଗ୍ରେସ ପ୍ରାର୍ଥୀ ମଧ୍ୟ କହୁଛନ୍ତି ସେ ଏଥର ନିଶ୍ଚୟ ଜିତିବେ । ପରସ୍ପର ଦଳ ପରସ୍ପରକୁ ଟାର୍ଗେଟ କରୁଛନ୍ତି । ଗାଁ ଗାଁରେ ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବିତାର ଝଲକ ଦେଖିବାକୁ ମିଳୁଛି । ବିଜେଡି, କଂଗ୍ରେସ ଓ ବିଜେପି ପ୍ରାର୍ଥୀଙ୍କ ମଧ୍ୟରୁ କାହାର ହେବ ବିଜୟ ତାହାକୁ ନେଇ ଜାରି ରହିଛି ସସପେନ୍ସ।

ସେପଟେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଆଦିବାସୀ ସମାଜ ସମର୍ଥନ ଘୋଷଣା କରିଛନ୍ତି । ଗୋଣ୍ଡ ସମାଜ, ଶବର ସମାଜ, ଭୁଞ୍ଜିଆ ସମାଜ, ବରିହା ସମାଜ ପକ୍ଷରୁ ସ୍ନେହାଙ୍ଗିନୀଙ୍କୁ ସମର୍ଥନ ମିଳିବ କୁହାଯାଉଛି । କିନ୍ତୁ ବିଜେପି ପ୍ରାର୍ଥୀ ଢ଼ୋଲକିଆ କହିଛନ୍ତି ସେ ଆଦିବାସୀ ସମାଜଙ୍କ ସମର୍ଥନ ହାସଲ କରିଛନ୍ତି ।  ନୂଆପଡାରେ ତିନି ଦଳର କ୍ୟାମ୍ପେନରେ ନିର୍ବାଚନମଣ୍ଡଳି ଦୁଲୁକୁଥିବା ବେଳେ କଂଗ୍ରେସ ଆଣିଛି ବଡ ଅଭିଯୋଗ । ଉପନିର୍ବାଚନ ପାଇଁ ପ୍ରକାଶ ପାଇଥିବା ଚୂଡ଼ାନ୍ତ ଭୋଟର ତାଲିକାରେ ୫୦୦୦ ଭୋଟର ଅଧିକ ବଢ଼େଇ ଦିଆଯାଇଥିବା ଅଭିଯୋଗ କରିଛି କଂଗ୍ରେସ । ଏଭଳି ଅଭିଯୋଗକୁ ବିଜେପି ପକ୍ଷରୁ ଖାରଜ କରାଯାଇଛି ।

ସେପଟେ ମହିଳା, ଚାଷୀ କାହାକୁ ଭୋଟ ଦେବେ ସ୍ପଷ୍ଟ ହୋଇନାହିଁ । ମହିଳାମାନଙ୍କ ଭୋଟ ହିଁ ନିର୍ଣ୍ଣୟ ହେବ । ବିଜେଡି କହୁଛି ବିଜେପି ଶାସନରେ ଥାଇ ମଧ୍ୟ ପ୍ରାର୍ଥୀ ପାଇଲେନି। ଓଲଟି ବିଜେଡି ପ୍ରାର୍ଥୀଙ୍କୁ ଚୋରି କରି ପ୍ରାର୍ଥୀ କଲେ। ଯାହାକୁ ନେଇ ନିଜ ଦଳରେ ଦେଖାଦେଲାଣି ଅସନ୍ତୋଷ। ଆସନ୍ତା ନଭେମ୍ବର ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ। ୧୪ ତାରିଖ ଗଣତିରେ ସବୁ କିଛି ହେବ ସ୍ପଷ୍ଟ।

Leave a comment