ନାମାଙ୍କନ ଦାଖଲ କଲେ ସ୍ନେହାଙ୍ଗିନୀ ଛୁରିଆ

ନୂଆପଡ଼ା ଉପନିର୍ବାଚନ ପାଇଁ ଆଜି ଶେଷ ଦିନ ଥିବା ବେଳେ ସୋମବାର ବିଜେଡି ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆ ନାମାଙ୍କନ ଭରିଛନ୍ତି। ୧୮ରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ଉଭୟ ଭାଜପା ଓ କଂଗ୍ରେସ। ଭାଜପାରୁ ଜୟ ଢୋଲକିଆ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ କଂଗ୍ରେସରୁ ଘାସିରାମ ମାଝୀ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଆଜି ନାମାଙ୍କନପତ୍ର ଦାଖଲର ଶେଷ ଦିନ। ନଭେମ୍ବର ୧୧ରେ ନୂଆପଡ଼ା ବିଧାନସଭା ଆସନ ପାଇଁ ଭୋଟଗ୍ରହଣ ହେବ। ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ପରେ ନୂଆପଡ଼ାରେ ଏହି ଆସନ ଖାଲିପଡିଥିଲା।

ଦଳର ପ୍ରମୁଖ ନେତା ଓ କର୍ମୀଙ୍କ ଗହଣରେ ଆସି ନାମାଙ୍କନ ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ ପୂର୍ବରୁ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଗତକାଲି ନୂଆପଡ଼ାରେ ମେଗା ରୋଡ ସୋ କରିଥିଲେ ସ୍ନେହାଙ୍ଗିନୀ। ରୋଡ ସୋରେ ହଜାର ହଜାର କର୍ମୀ ସାମିଲ ହୋଇଥିଲେ। ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଜନ ସମର୍ଥନ ଅଜାଡି ହୋଇପଡିଥିଲା। ହଜାର ହଜାର ସଂଖ୍ୟାରେ ଲୋକେ ଏହି ମେଗା ରୋଡ ସୋରେ ସାମିଲ ହୋଇଥିଲେ।

ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ ବିଜେଡିର ବରିଷ୍ଠ ପ୍ରମୁଖ ନେତା। ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ନେଇ ଦଳୀୟ ନେତା ଓ କର୍ମୀଙ୍କ ଭିତରେ ଅନେକ ଉତ୍ସାହ ଦେଖିବାକୁ ମିଳିଛି। ଖୋଦ ବିଜେଡି ସଭାପତି ନବୀନ ଯାଇ ସ୍ନେହାଙ୍ଗିନୀଙ୍କ ଲାଗି ପ୍ରଚାର କରିବେ। ନୂଆପଡା ଉପନିର୍ବାଚନରେ ଦେଖିବାକୁ ମିଳିବ ହାଇଭୋଲଟେଜ ପ୍ରଚାର। ଆଜି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ନାମାଙ୍କନ ଦାଖଲ କରୁଥିବାବେଳେ ଗତ ଶନିବାର ନାମାଙ୍କନ ଦାଖଲ କରିଥିଲେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଓ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ। ନୂଆପଡ଼ା ଉପନିର୍ବାଚନ ଲାଗି ଆଜି ସରୁଛି ନାମାଙ୍କନ। ଆସନ୍ତାକାଲି ପ୍ରାର୍ଥୀପତ୍ର ଯାଞ୍ଚ ପରେ ଅକ୍ଟୋବର ୨୩ରେ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି। ଏହାପରେ ଆରମ୍ଭ ହୋଇଯିବ ଘମାଘୋଟ ପ୍ରଚାର। ନଭେମ୍ବର ୧୧ ତାରିଖରେ ଅନୁଷ୍ଠିତ ହେବ ଭୋଟଗ୍ରହଣ।ନଭେମ୍ବର ୧୪ରେ ଭୋଟ ଗଣତି ହେବ

Leave a comment