ଗାଜାରେ ଦୁଇ ବର୍ଷ ଧରି ଚାଲିଥିବା ଘମାଘୋଟ ଯୁଦ୍ଧ ଶେଷ ହେବ

ଗାଜାରେ ଦୁଇ ବର୍ଷ ଧରି ଚାଲିଥିବା ଘମାଘୋଟ ଯୁଦ୍ଧରେ ହୋଇଛି ଶେଷ । ଏନେଇ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।  ଗାଜାରେ ଦୁଇ ବର୍ଷ ଧରି ଚାଲିଥିବା ଘମାଘୋଟ ଯୁଦ୍ଧରେ ହୋଇଛି ଶେଷ ଆଜି ଶାନ୍ତି ପ୍ରସ୍ତାବରେ ସ୍ବାକ୍ଷର କରିବେ ଇସ୍ରାଏଲ ଏବଂ ହମାସ। ଇଜିପ୍ଟର ଶାର୍ମ ଏଲ୍-ଶେଖରେ ଅନୁଷ୍ଠିତ ଶାନ୍ତି ସମ୍ମିଳନୀରେ ଅଧ୍ୟକ୍ଷତା କରିବେ ଡୋନାଲ୍ଡ ଟ୍ରମ୍ପ ଓ ମିଶରର ରାଷ୍ଟ୍ରପତି ଅବଦେଲ ଫତାହ, ୨୦ରୁ ଉର୍ଦ୍ଧ୍ବ ବିଶ୍ବ ନେତା ଏହି ସମ୍ମିଳନୀରେ ସାମିଲ ହେବେ । ଭାରତର ପକ୍ଷରୁ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହ ଉପସ୍ଥିତ ରହିବେ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ କଥା ହେବା ସହ ରାଷ୍ଟ୍ରପତି ଟ୍ରମ୍ପଙ୍କ ଗାଜା ଶାନ୍ତି ଯୋଜନାରେ ଅଗ୍ରଗତି ପାଇଁ ଅଭିନନ୍ଦନ ଜଣାଇଛନ୍ତି । ବନ୍ଧକଙ୍କ ମୁକ୍ତି ପାଇଁ ହୋଇଥିବା ବୁଝାମଣା ଏବଂ ଗାଜାର ଲୋକମାନଙ୍କ ପାଇଁ ମାନବୀୟ ସହାୟତା ବୃଦ୍ଧିକୁ ଶ୍ରୀ ମୋଦୀ ସ୍ୱାଗତ କରିଛନ୍ତ । ବିଶ୍ୱର କୌଣସି ସ୍ଥାନରେ କୌଣସି ବି ରୂପରେ ଆତଙ୍କବାଦ ଗ୍ରହଣୀୟ ନୁହେଁ ବୋଲି ସେ ଦୋହରାଇଛନ୍ତି ।

Leave a comment