ଦେଶରେ ଲକ୍ଷେ ପାର କଲା କରୋନା ସଂକ୍ରମଣ
ମେଟ୍ରୋ ଟିଭି ଓଡିଶା,୭/୧: ଦେଶରେ କରୋନାର କାୟା ମାଡିବାର ଲାଗିଲାଣି । ଏହି କାୟା ଧିରେ ଧିରେ ଲକ୍ଷେ ଟପିଲାଣି । ଦେଶରେ ଗୋଟିଏ ଦିନରେ ୧ଲକ୍ଷ ୧୭ହଜାର ୧୦୦ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ସହ ଦିନକରେ ୨୮.୮ପ୍ରତିଶତ ବଢିଛି ସଂକ୍ରମଣ । ଡିସେମ୍ବର ୨୮ ତାରିଖରେ ଦେଶରେ କରୋନା ସଂକ୍ରମଣ ଥିଲା ୬ହଜାର ୩୫୮ ଥିଲେ।୧୦ ଦିନର ସଂକ୍ରମଣକୁ ଦେଖିଲେ ୧୮ଗୁଣା ବୃଦ୍ଧି ପାଇଛି ।
ସୂଚନା ଅନୁସାରେ, ଗତ ୨୪ ଘଣ୍ଟାରେ ୩୦୨ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ପଜିଟିଭିଟି ରେଟ ରହିଛି ୭.୭୪ ପ୍ରତିଶତ। ଆକ୍ଟିଭ କେସ ରହିଛି ୩ଲକ୍ଷ ୭୧ ହଜାର ୩୬୩। ମୃତ୍ୟୁ ସଂଖ୍ୟା ୪ଲକ୍ଷ ୮୩ ହଜାର ୧୭୮ରେ ପହଞ୍ଚିଛି। ଅନ୍ୟପଟେ ଦେଶରେ ୩ ହଜାର ୭ରେ ପହଞ୍ଚିଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା।