ଭୋଟ ଚୋରି ପ୍ରସଙ୍ଗ ନେଇ ପୁଣି ଥରେ ଭାରତୀୟ ନିର୍ବାଚନ କମିଶନ ଓ ବିଜେପିକୁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ଟାର୍ଗେଟ। ଆଗକୁ ବିହାର ନିର୍ବାଚନ ହେବାକୁ ଥିବାବେଳେ ରାହୁଲ ଗାନ୍ଧୀ ପୁଣି ଥରେ ଭୋଟ ଚୋରି ପ୍ରସଙ୍ଗ ଉଠାଇଛନ୍ତି।
ସେ ନିର୍ବାଚନ କମିଶନଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଭୋଟର ତାଲିକାରୁ ଅନେକ ଲୋକଙ୍କ ନାମକୁ ବାଦ ଦିଆଯାଇଥିବା ଅଭିଯୋଗ କରିଛନ୍ତି ରାହୁଲ ଗାନ୍ଧି। ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧୀ କହିଛନ୍ତି, ଭୋଟ ଚୋରି ବିଷୟରେ ଯାହା ମୁଁ କହୁଛି, ତାହା ବହୁତ ଦାୟିତ୍ୱର ସହିତ କହୁଛି। ସେ କହିଛନ୍ତି ଯେ ଭୋଟର ତାଲିକାରୁ ଅନେକ ଲୋକଙ୍କ ନାମ ବାଦ ଦିଆଯାଇଛି। ଏହା ହାଇଡ୍ରୋଜେନ୍ ବୋମା ନୁହେଁ ହାଇଡ୍ରୋଜେନ୍ ବୋମା ଆସୁଛି ବୋଲି କହିଛନ୍ତି ରାହୁଲ। ନିର୍ବାଚନରେ କିପରି ହେରଫେର ହେଉଛି ତାହା ଦେଶର ଯୁବପିଢ଼ିଙ୍କୁ ଦେଖାଇବ ଏବଂ ବୁଝାଇବା ଦରକାର। କର୍ଣ୍ଣାଟକର ଆଲାଣ୍ଡ ନିର୍ବାଚନମଣ୍ଡଳୀରେ ବ୍ୟାପକ ଭୋଟ ହେରଫେର କରାଯାଇଛି।
ତାଲିକାରୁ ୬ ହଜାର ୧୮ ଭୋଟ୍ ହଟାଇବାକୁ କେହି ଚେଷ୍ଟା କରିଥିଲେ।୨୦୨୩ ନିର୍ବାଚନରେ ଆଲାଣ୍ଡରେ କେତେ ଭୋଟ୍ ଡିଲିଟ୍ ହୋଇଥିଲା ତାହାର ସ୍ପଷ୍ଟ ତଥ୍ୟ ନାହିଁ । ଏହି ସଂଖ୍ୟା ୬ ହଜାରରୁ ବହୁତ ଅଧିକ। ସେହି ୬ ହଜାର ଭୋଟ ଡିଲିଟ୍ କରୁଥିବା ସମୟରେ ଜଣେ ଧରାପଡ଼ିଥିଲେ। ରାହୁଲ ଗାନ୍ଧୀ କର୍ଣ୍ଣାଟକର କିଛି ଭୋଟରଙ୍କ ଉଦାହରଣ ଦେଇ ଏହି ତଥ୍ୟ ରଖିଥିଲେ।ସାମ୍ବାଦିକ ସମ୍ମିଳନୀ ସମୟରେ ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କୁ ମଞ୍ଚ ଉପରେ ଡାକିଥିଲେ ରାହୁଲ। ସାମ୍ବାଦିକ ସମ୍ମିଳନୀ ସମୟରେ ଜଣେ ବ୍ୟକ୍ତି କହିଥିଲେ ତାଙ୍କର ୧୨ ଜଣଙ୍କ ନାମ ଡିଲିଟ କରାଯାଇଛି। ଫର୍ମ ପୂରଣ କରିବା ପାଇଁ କେହି ଜଣେ ଅନ୍ୟ ରାଜ୍ୟରୁ ଫୋନ୍ ଆଣିଥିଲେ। ଏହି ଫର୍ମଗୁଡ଼ିକ ସେହି ଫୋନ୍ ବ୍ୟବହାର କରି ପୂରଣ କରାଯାଇଥିଲା।