ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ମୃତ୍ୟୁକୁ ନେଇ ଏବେ ଚାରିଆଡେ ଆଲୋଚନା ଚାଲିଛି । କଣ ପାଇଁ ସେ ଦୀପକକୁ ବିବାହ କଲେ ତାହା ବୁଝିହେଉନାହିଁ । ଶୁଭମିତ୍ରା ନିଖୋଜ ହେବାର ୧୨ ଦିନ ପରେ ମାଟି ତଳୁ ତାଙ୍କର ଗଳିତ ଶବ ଉଦ୍ଧାର କରାଯାଇଛି । ପୁଲିସ ପ୍ରେମିକ ଦୀପକ ରାଉତ ଓରଫ ଦୀପୁ ତାଙ୍କୁ ମାରି ପୋତି ଦେଇଥିଲା । ଭୁବନେଶ୍ୱରରେ ମାରି କେନ୍ଦୁଝର ଜଙ୍ଗଲରେ ପୋତିଥିଲେ ବି ସତ କିନ୍ତୁ ବାହାରିଛି । ଏହି ଘଟଣା ସାରା ରାଜଧାନୀରେ ଆଲୋଡ଼ନ ସୃଷ୍ଟି କରିଛି ।
ସେପଟେ ଘଟଣାରେ ମୁହଁ ଖୋଲିଛନ୍ତି ଦୀପକ ରାଉତଙ୍କ ପ୍ରଥମ ସ୍ତ୍ରୀ ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କ ଭଉଣୀ ରୋଜାଲିନ ପ୍ରିୟଦର୍ଶିନୀ। ସେ କହିଛନ୍ତି ବଡ ଭଉଣୀଙ୍କୁ ହତ୍ୟା କରାଯାଇଛି । ଏହା ଏକ ସଂଘବଦ୍ଧ ହତ୍ୟାକାଣ୍ଡ । ୨୦୧୮ରେ ତାଙ୍କର ହୋଇଥିଲା ବାହାଘର । ବାହାଘରର ଚାରି ବର୍ଷ ପରେ ଅର୍ଥାତ୍ ୨୦୨୨ରେ ଖୁଣ୍ଟୁଣିରେ ହୋଇଥିଲା ଯୋଜନାମୂଳକ ଦୁର୍ଘଟଣା। ତେବେ ଏହା ଦୁର୍ଘଟଣା ନଥିଲା ବରଂ ଥିଲା ଏକ ହତ୍ୟାକାଣ୍ଡ। ହତ୍ୟା ପୂର୍ବରୁ କୋଟିଏ ଟଙ୍କାର ବୀମା କରାଯାଇଥିଲା। ଏହା ସହିତ ଅପର୍ଣ୍ଣାଙ୍କ ନାମରେ ୨୫ ଲକ୍ଷ ଟଙ୍କାର ଋଣ କରିଥିଲେ। ମୃତ୍ୟୁବେଳକୁ ଅପର୍ଣ୍ଣା ୬ ମାସର ଗର୍ଭବତୀ ଥିଲେ। ତେଣୁ ତାହାର ତଦନ୍ତ କରିବାକୁ ସେ ଦାବି କରିଛନ୍ତି ।
ପୋଲିସ ଶୁଭମିତ୍ରା ମାମଲାରେ ବଡ଼ ତଥ୍ୟ ପାଇଛି । ଗତ ୬ ତାରିଖରୁ କାର୍ଯ୍ୟରତ ମହିଳା କନେଷ୍ଟବଳ ଶୁଭମିତ୍ରା ସାହୁ ନିଖୋଜ ଘଟଣାର ପର୍ଦ୍ଦାଫାସ କରିଛି କମିଶନରେଟ୍ ପୁଲିସ । ନିଖୋଜ ମହିଳା କନଷ୍ଟେବଳଙ୍କୁ ତାଙ୍କ ପୁଲିସ ପ୍ରେମିକ, ଦୀପକ୍ ରାଉତ ଓରଫ ଦୀପୁ ଭୁବନେଶ୍ୱରେ ତଣ୍ଟିଚିପି ହତ୍ୟା କରିଥିଲା । ତା’ପରେ ମୃତଦେହକୁ ନେଇ କେନ୍ଦୁଝର ଜିଲ୍ଲା କୁସୁନପୁର ଜଙ୍ଗଲରେ ମାଉସୀ ପୁଅ ଭାଇ ସହ ମିଶି ପୋତିଦେଇଥିଲା । ଦୀପୁ ଠାରୁ ତଥ୍ୟ ପାଇବା ପରେ ଅଭିଯୁକ୍ତକୁ ଗିରଫ କରି କେନ୍ଦୁଝର ଯାଇଥିଲା ସ୍ପେଶାଲ ସ୍କ୍ୱାର୍ଡ । ସେଠାରେ ଜିଲ୍ଲା ମାଜିଷ୍ଟେଟ୍୍, ସାଇଣ୍ଟିଫିକ୍ ଟିମ, ସ୍ଥାନୀୟ ପୁଲିସ ସହଯୋଗରେ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରାଯାଇଥିଲା । ସେପଟେ ପ୍ରେମିକାକୁ କେମିତି ଏବଂ କେଉଁ କାରଣ ପାଇଁ ହତ୍ୟା କରି ଭୁବନେଶ୍ୱରରୁ କେନ୍ଦୁଝର ନେଇ ପୋତିଥିଲା, ସେ ନେଇ ଅଭିଯୁକ୍ତକୁ ନେଇ କ୍ରାଇମ ସିନ୍ ରିକ୍ରିଏସନ୍ ମଧ୍ୟ କରିଛି ପୁଲିସ । ଏନେଇ ବୁଧବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ପୁଲିସ କମିଶନର ସୁରେଶ ଦେବଦତ୍ତ ସିଂ ।
ସେହିପରି ଅଭିଯୁକ୍ତ ଦୀପକର ସ୍ତ୍ରୀ ଜଣେ ରେଭୁନ୍ୟୁ ଇନ୍ସପେକ୍ଟର (ଆରଆଇ) ଥିବାବେଳେ, ତାଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା । ସେତେବେଳେ ସେ ୬ ମାସର ଗର୍ଭବତୀ ରହିଥିଲେ । ଏହାପରେ ଅଭିଯୁକ୍ତ ଦୀପକ୍ ପୁଲିସ କମିଶନର (ସିପି) ମୁଖ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବିଭାଗ ତଥା ଆକାଉଣ୍ଟ ବିଭାଗରେ ରହି କିରାଣୀ ଭାବେ କାର୍ଯ୍ୟ କରୁଥିଲା । ପୁଲିସ ମହଲରେ ହେଉଥିବା ଚର୍ଚ୍ଚା ଅନୁଯାୟୀ, ତାଙ୍କ ପତ୍ନୀ ମୃତୁ୍ୟ ମଧ୍ୟ ରହସ୍ୟ ଘେରରେ ।
୧ କୋଟି ବୀମା ଲୋଭରେ ସେ କୁଆଡେ ନିଜ ସ୍ତ୍ରୀକୁ ଓ ପେଟରେ ଥିବା ୬ ମାସର ଛୁଆକୁ ହତ୍ୟା କରି ଦୁର୍ଘଟଣାର ନାଟକ ରଚିଥିଲେ । ଜଣେ କନେଷ୍ଟବଳ ହୋଇ ସେ ହୋଣ୍ଡା ସିଟି କାର ଚଢ଼ି ଅଫିସ୍ ବି ଆସୁଥିଲେ । ତାଙ୍କ ପ୍ରେମ ଜାଲରେ ପଡ଼ିଯାଇଥିଲେ ଟ୍ରାଫିକ୍ କନେଷ୍ଟବଳ ଶୁଭମିତ୍ରା ସାହୁ । ପ୍ରେମରେ ଏତେ ପାଗଳ ହୋଇଯାଇଥିଲେ ଯେ, ଅଭିଯୁକ୍ତ ବିବାହିତ ଜାଣିବା ପରେ ବି ସେ ତାଙ୍କୁ ବିଶ୍ୱାସ କରି ଗତ ତା ୨୦୨୪ ଜୁଲାଇ ୭ ରିଖରେ କୋର୍ଟ ମ୍ୟାରେଜ୍ କରିଥିଲେ ।
ଏହି ସମୟରେ ଅଭିଯୁକ୍ତ ଶୁଭମିତ୍ରାଙ୍କ ନାଁରେ କୋଟିଏ ଟଙ୍କାର ବୀମା କରିଥିଲା । ଏହାର କିଛିିଦିନ ପରେ ଶୁଭମିତ୍ରାଙ୍କ ଠାରୁ କୌଶଳ କ୍ରମେ ୧୦ ଲକ୍ଷ ଟଙ୍କା ବିବାହ ପାଇଁ ଧାର ଆକାରରେ ନେଇଥିଲା । ହେଲେ ସମୟ ଅନୁଯାୟୀ ଆଉ ଟଙ୍କା ଫେରସ୍ତ କରିନଥିଲା ଅଭିଯୁକ୍ତ ଦୀପକ୍ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ପରେ ଏହି ଭିତରେ ଦୀପକର ରହସ୍ୟ ମୃତ ଶୁଭମିତ୍ରା ଜାଣିଯାଇଥିଲେ । ପରେ ଅଭିଯୁକ୍ତକୁ ଟଙ୍କା ଫେରସ୍ତ ପାଇଁ କହିଥିଲେ । କିନ୍ତୁ ଅଭିଯୁକ୍ତ ଟଙ୍କା ଫେରସ୍ତ ବଦଳରେ ଆଜି କାଲି କହି ଭୂଆଁ ବୁଲାଉଥିଲା । ଏତିକି ବେଳେ ଶୁଭମିତ୍ରା ଉପରିସ୍ଥ ଅଧିକାରୀଙ୍କୁ ଜଣାଇବାକୁ କହିବାରୁ ଅଭିଯୁକ୍ତ ଶୁଭମିତ୍ରାଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ କରିଥିଲା ଯୋଜନା । ପରେ ଦୀପକ୍ ରାଉତ ନିଜର ପୁଲିସ ତରିକା ଆପଣାଇ ଶୁଭମିତ୍ରାଙ୍କୁ ବୁଲିଯିବାକୁ ଡାକିଥିଲା । ପ୍ରଥମେ ଦୀପକ୍ ଏକ ସୋ’ରୁମରୁ କିଛି ଡ୍ରେସ୍ ନେବା ସହ ୟୁନିଟ୍-୮ ଦିଗକୁ ଯାଇ ଏକ ଗଳିରେ କାରକୁ ଅଟକାଇଥିଲା । ସେଠାରେ ଶୁଭମିତ୍ରାଙ୍କୁ ତଣ୍ଟିଚିପି ହତ୍ୟା କରି, ସେଠାରୁ ତାଙ୍କ ମୃତଦେହକୁ ନେଇ କେନ୍ଦୁଝର ଅଭିମୁଖେ ଯାଇଥିଲା । ଏହି ଯିବା ବାଟରେ ଦୀପକ ତାର ମାଉସୀ ପୁଅ ଭାଇକୁ କଲ କରି ସେଠାରେ ପହଞ୍ଚିଥିଲା । ସେଠାରେ ପହଞ୍ଚିବା ପୂର୍ବରୁ ମାଉସୀ ପୁଅ ଭାଇ ସବୁ ଯୋଗାଡ କରିଦେଇଥିଲା । ପରେ ଦୀପକ୍ ଶୁଭମିତ୍ରାଙ୍କ ମୃତଦେହକୁ ଜଙ୍ଗଲକୁ ନେଇ ପୋତିବା ସହ ସେଠାରୁ ସିଧା ତାରିଣୀ ମନ୍ଦିର ଯାଇ ଦର୍ଶନ କରିଥିଲା । ଏହି ହତ୍ୟାକାଣ୍ଡର ମାଷ୍ଟର ପ୍ଲାନ ବିଷୟରେ ପୁଲିସ କମିଶନର ଜାଣିପାରି ସ୍ପେଶାଲ ସ୍କ୍ୱାର୍ଡକୁ ଭିତିରି ତଦନ୍ତ ନିଦେ୍ର୍ଦଶ ଦେଇଥିଲେ । ସିପିଙ୍କ ନିଦେ୍ର୍ଦଶ କ୍ରମେ ଦୀପକର ମୋବାଇଲ କଲ ଏବଂ ତାର ଗତିବିଧି ଉପରେ ସ୍ଫେଶାଲ ସ୍କ୍ୱାର୍ଡ଼ ନଜର ରଖିଥିଲା । ପରେ ସ୍ପେଶାଲ ସ୍କ୍ୱାର୍ଡ ଟିମ ବିଭିନ୍ନ ସିସିଟିଭିର ଫୁଟେଜ ଏବଂ ଅଭିଯୁକ୍ତ ଦୀପକର କଲ ରେକର୍ଡକୁ ଯାଞ୍ଚ କରିବା ସହ ଅଭିଯୁକ୍ତର ଲାଇଭ ଡିଟେକ୍ସନ୍ କରି ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିବାରେ ସଫଳ ହୋଇଛି ।
ଖୋର୍ଦ୍ଧା ଜିଲ୍ଲା ପିଚୁକୁଳିର ମହିଳା କନେଷ୍ଟବଳ ଶୁଭମିତ୍ରା ସାହୁ (୨୫) ଭୁବନେଶ୍ୱର କ୍ୟାପିଟାଲ ଥାନା ସୂର୍ଯ୍ୟନଗର ଅଞ୍ଚଳରେ ରହିି ଟ୍ରାଫିକ କନେଷ୍ଟବଳ ଭାବେ କାର୍ଯ୍ୟ କରିଆସୁଥିଲେ । କିନ୍ତୁ ସେ ଫିଲ୍ଡ ଡୁ୍ୟଟି ନକରି ଅଫିସିଆଲ୍ ଡୁ୍ୟଟି ଭାବେ ଡିସିପି ଟ୍ରାଫିକଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରିଆସୁଥିଲେ । ଗତ ୬ ତାରିଖ ଦିନ ଡୁ୍ୟଟି ସାରି ଘରକୁ ଫେରିବା ବଦଳରେ ଆଉ ସେ ଘରକୁ ଫେରିନଥିଲେ । ଯାହାକୁ ନେଇ ଗତ ୭ ତାରିଖ ଦିନ ପରିବାର ଲୋକେ ବହୁ ଖୋଜାଖୋଜି ପରେ ଏନେଇ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ତନାଘନା ଚଳାଇ ଜାଣିବାକୁ ପାଇଥିଲା ଯେ, କନେଷ୍ଟବଳ ଶୁଭମିତ୍ରା ସାହୁଙ୍କ ନିଖୋଜ ପଛରେ ପୁଲିସ ମୁଖ୍ୟାଳୟରେ ଆକାଉଣ୍ଟସରେ କାମ କରୁଥିବା ୨୦୦୬ ବ୍ୟାଚର କନେଷ୍ଟବଳ ଦୀପକ୍ ରାଉତ ରହିଛି । ଏନେଇ ଅଭିଯୁକ୍ତ ଦୀପକ ବିରୋଧରେ ଅଭିଯୋଗ ଆଣିଥିଲେ ଶୁଭମିତ୍ରାଙ୍କ ବାପା