ଘର ଆଟାଚ୍ମେଣ୍ଟ୍ ବିରୁଦ୍ଧରେ ଚ୍ୟାଲେଞ୍ଜ୍ କରିପାରନ୍ତି ଅର୍ଚ୍ଚନା
ଇଡି ଅର୍ଚ୍ଚନା ନାଗଙ୍କ ଘର ଆଟାଚ କଲା ପରେ ଏବେ ଚର୍ଚ୍ଚା ହେଉଛି ଯେ କଣ ଅର୍ଚ୍ଚନା ଏହା ବିରୋଧରେ କୋର୍ଟରେ ଚ୍ୟାଲେଂଜ କରିବେ । କାରଣ ପୂର୍ବରୁ ତାଙ୍କ ନାମରେ ଇଡି ଯେଉଁ ମାମଲାରେ ଏହି ଘର ଆଟାଚ କରିଛି ତାକୁ ସେ ବିରୋଧ କରିଥିଲେ । ଏପରିକି ଘର ରେଡ ବେଳେ ତାଙ୍କ ପରିବାର ଲୋକ ଏହାକୁ ବିରୋଧ କରିଥିଲେ । ତାଙ୍କ ସମ୍ପତ୍ତିର ପ୍ରମାଣ ଦେବେ ବୋଲି କହିଥିଲେ । କିନ୍ତୁ ବଡ଼ କଥା ହେଉଛି ପୂର୍ବରୁ ସେମାନଙ୍କ ବିରୁଦ୍ଧରେ ପ୍ରମାଣ ଅଧିକ ଥିବାରୁ ଇଡି ଏପରି କରିଛି । ଇଡିକୁ ଯଦି ଅର୍ଚ୍ଚନା ତଦନ୍ତରେ ସହଯୋଗ ନକରିଲେ ତେବେ ତାଙ୍କ ପାଇଁ ସମସ୍ୟା ହୋଇପାରେ । ଘର ଆଟାଚ୍ ପରେ ଇଡି ଅନ୍ୟ ସମ୍ପତ୍ତି ଯେପରିକି ବ୍ୟାଙ୍କ୍ ଆକାଉଣ୍ଟ୍, ଗାଡ଼ି, ଅନ୍ୟ ସମ୍ପତ୍ତି ସବୁ ଗୋଟିଏ ପରେ ଗୋଟିଏ ଆଟାଚ୍ କରିପାରେ। ଇଡି ୨୨୪୧ ପୃଷ୍ଠର ଚାର୍ଜ୍ଶିଟ୍ (prosecution complaint) ଫାଇଲ୍ କରିଛି, ଯେଉଁଥିରେ ୧୫ ଜଣିଆ ସାକ୍ଷୀଙ୍କ ବୟାନ୍ ଅଛି। ଆଗକୁ ଅଧିକ ରେଡ୍ କିମ୍ବା ଜେରା ହୋଇପାରେ। ଆଗକୁ ଚାର୍ଜ୍ଶିଟ୍ ଉପରେ ଟ୍ରାୟାଲ୍ ଆରମ୍ଭ ହେବ। ଯଦି ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ୭ ବର୍ଷରୁ ଅଧିକ ଜେଲ ହୋଇପାରେ । ସମ୍ପତ୍ତି ଜବତ ହୋଇପାରେ। ଯାହା ଜଣାପଡ଼ୁଛି ଏହି କେସ୍ ଲମ୍ବା ଚାଲିପାରେ