ଅର୍ଚ୍ଚନା ନାଗଙ୍କ ଘର ଆଟାଚ
ଅର୍ଚ୍ଚନା ନାଗଙ୍କ ଘରେ ପଶି ଆଟାଚ କଲା ଇଡି। ସତ୍ୟବିହାର ସ୍ଥିତ ବିଲ୍ଡିଂ ସହ ଆସବାବପତ୍ର ଆଟାଚ କରଥିବା ସୂଚନା ମିଳିଛି। ମନି ଲଣ୍ଡରିଂ ଆକ୍ଟ ୨୦୦୨ ଅଧୀନରେ ଘର ଆଟାଚ ହୋଇଛି। ୨୦୨୨ ଅର୍ଥ କାରବାର ମାମଲାରେ ସମ୍ପୃକ୍ତି ନେଇ ଏହି ଆକ୍ସନ ନିଆଯାଇଛି। ପୂର୍ବରୁ ଘର ଛାଡ଼ିବା ପାଇଁ ନିର୍ଦ୍ଦେଶ ଦେଇଥିଲା ଇଡି।
ଭୁବନେଶ୍ବରରେ ଅର୍ଚ୍ଚନା ନାଗଙ୍କ ଘରେ ଇଡି ଚଢ଼ାଉ । ବେଆଇନ ଅର୍ଥ କାରବାର ମାମଲାରେ ଚଢ଼ାଉ କରିଛି ଇଡି । ୨୦୨୨ ଅର୍ଥ କାରବାର ମାମଲାରେ ଚଢ଼ାଉ କରୁଛି ଇଡି । ହନିଟ୍ରାପ ରାକେଟ ଚଳାଇବା ଅଭିଯୋଗରେ ଗିରଫ ହୋଇଥିଲେ । ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ବ୍ଲାକମେଲ କରି ଟଙ୍କା ଆଦାୟ କରୁଥିଲେ । ଗୁପ୍ତ ଭିଡିଓ ରଖି ବ୍ଲାକମେଲ୍ କରୁଥିଲେ ଅର୍ଚ୍ଚନା । ଜାନୁଆରୀ ୨୦୨୩ରେ ଘର ଆଟାଚ କରିଥିଲା ଇଡି ।
ପ୍ରକାଶଯୋଗ୍ୟ, ଅର୍ଚ୍ଚନା ନାଗ ଭୁବନେଶ୍ୱରର ଏକ ସେକ୍ସଟର୍ସନ୍ /ହନିଟ୍ରାପ୍ ରାକେଟ୍ ଚାଲାଇଥିବା ଅଭିଯୋଗରେ 2022ରେ ଗିରଫ ହୋଇଥିଲେ । ତାଙ୍କ ନାମରେ ଅଭିଯୋଗ କରାଯାଇଛି ଯେ, ପ୍ରଭାବଶାଳୀ ବ୍ୟକ୍ତିମାନଙ୍କ ସହିତ ସମ୍ପର୍କ ସୃଷ୍ଟି କରି, ଗୁପ୍ତ ଭିଡିଓ/ଫଟୋ ଧାରଣ କରି, ବ୍ଲାକମେଲ୍ କରି ଟଙ୍କା ଆଦାୟ କରୁଥିଲେ ଅର୍ଚ୍ଚନା ।
ଇ.ଡି. ପିଏମଏଲଏ ଆକ୍ଟ ଅନୁସାରେ ମନି ଲଣ୍ଡରିଂ ମାମଲାରୁପେ ତଦନ୍ତ କରୁଛି । ୬ ଅକ୍ଟୋବର 2022 ରେ ଭୁବନେଶ୍ୱର ଖଣ୍ଡଗିରି ଥାନାରେ ମାମଲା ହେବା ପରେ ଅର୍ଚ୍ଚନା ନାଗ ଗିରଫ ହୋଇଥିଲେ । ୨୦ ଅକ୍ଟୋବର 2022 ରେ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ୨୭ ଅକ୍ଟୋବର 2022 ରେ ଓଡ଼ିଶା ପୁଲିସ୍ ରୁ ଏଫ୍ ଆଇଆର୍ ପାଇ ପରେ ଇ.ଡି. ଆର୍ଥିକ ତଥ୍ୟ ଓ ମନି ଲଣ୍ଡରିଂ ତଦନ୍ତ ଆରମ୍ଭ କରିଥିଲା । ୬ ଡିସେମ୍ବର 2022 ରେ କୋର୍ଟ୍ ଇ.ଡି.କୁ 7 ଦିନର ରିମାଣ୍ଡ୍ ଦେଇଥିଲା। ଜାନୁଆରୀ 2023ରେ ଇ.ଡି. ପକ୍ଷରୁ ଅର୍ଚ୍ଚନାଙ୍କ 3.64 କୋଟି ଟଙ୍କାର ଘର ଓ କିଛି ଯାନବାହନ ଜବତ କରାଯାଇଥିଲା ।