ସୁଭଦ୍ରା ଯୋଜନା ଟଙ୍କା ମିଳୁନଥିଲେ ପୁଣି ଆବେଦନ କରିପାରିବେ
ସୁଭଦ୍ରା ଯୋଜନାରୁ କାହିଁକି ନାମ କଟିଲା । ଏହାର କାରଣକୁ ନେଇ ସମୀକ୍ଷା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଆଜି ସୁଭଦ୍ରା ଯୋଜନାର ସମୀକ୍ଷା କରି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ତୃତୀୟ ପର୍ଯ୍ୟାୟରେ ବାଦ ପଡ଼ିଥିବା ୨ ଲକ୍ଷ ୮୫ ହଜାର ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ଘରେ ଘରେ ସର୍ଭେ ହେବ। ଅଧିକାରୀମାନେ ଆଗାମୀ ୧୫ ଦିନ ମଧ୍ୟରେ ଫିଲ୍ଡ ଭିଜିଟ୍ କରିବେ । ତଦନ୍ତ ରିପୋର୍ଟ ଦେବେ। ଏଥିପାଇଁ ଦୁଇ ଦିନ ମଧ୍ୟରେ ଏକ ଅଭିଯୋଗ ପୋର୍ଟାଲ ଖୋଲାଯିବ। ଯେଉଁ ହିତାଧିକାରୀମାନେ ବାଦ ପଡ଼ିଛନ୍ତି, ସେମାନେ ଏହି ପୋର୍ଟାଲରେ ଅଭିଯୋଗ କରି ପୁଣି ଆବେଦନ କରିପାରିବେ। ଏହା ପରେ ପୁଣି ସେମାନଙ୍କୁ ସାମିଲ କରାଯିବ ।
ଶ୍ରୀମତୀ ପରିଡ଼ା କହିଛନ୍ତି ସୁଭଦ୍ରା ଯୋଜନାରୁ ୧୫ ହଜାର ୯୮୪ ଜଣ ମୃତ ହିତାଧିକାରୀ ବାଦ ପଡ଼ିଛନ୍ତି । ୧୮୦୫ ଜଣ ଜୀବିତ ଅଛନ୍ତି ଏବଂ ସେମାନଙ୍କୁ ସାମିଲ କରାଯିବ। ଏହାଛଡ଼ା, ୩୬ ହଜାର ୭୦୨ ଜଣ ଗାଡ଼ି କିଣିଥିବା କାରଣରୁ ବାଦ ପଡ଼ିଛନ୍ତି । ୨୧ ହଜାର ୩୫ ଜଣ ଆୟକର ଦେବା କାରଣରୁ ବାଦ ପଡ଼ିଛନ୍ତି । ୧ ଲକ୍ଷ ୩୩ ହଜାର ୬୯୧ ଜଣ ଧାନ ବିକ୍ରି ପଞ୍ଜୀକରଣ ଓ କୃଷକ ଭାବେ ପଞ୍ଜୀକରଣ କାରଣରୁ ବାଦ ପଡ଼ିଛନ୍ତି।