ପୁଣି ବର୍ଷିଲେ ସୈାମ୍ୟ ରଞ୍ଜନ ପଟ୍ଟନାୟକ

ଜଣେ ଦୋଷ କରିବ ଆଉ ଜଣଙ୍କୁ ଦଣ୍ଡ ଦେଇହେବ ନାହିଁ

ନବୀନ ଆଉ ପାଣ୍ଡିଆନଙ୍କୁ  ଟାର୍ଗେଟ କଲେ ସୈାମ୍ୟ ରଞ୍ଜନ ପଟ୍ଟନାୟକ । କହିଲେ ଆମେ ଯାହାକୁ ଅନ୍ଧଭାବେ ଭଲ ପାଇ ଶାସନ କରିବାକୁ କ୍ଷମତା ଦେଲୁ ସେ ରାଜ୍ୟ ପାଇଁ କରିଲେ କଣ । ନବୀନ ବାବୁ 24 ବର୍ଷ ଶାସନ କଲେ । ଓଡ଼ିଶା ପାଇଲା କଣ । ଆମେ ଅନ୍ୟକୁ ଦୋଷ ଦେବା ଜାଣୁ । ପ୍ରକୃତ ଦୋଷୀ ଆଉ ଜଣେ । ଆଉ ରାଜ୍ୟର ଦୁର୍ଗତି ପାଇଁ ସେ ପୂର୍ବର ସରକାର ଉପରକୁ ଅଙ୍ଗୁଳି ଉଠାଇଛନ୍ତି । ବର୍ତ୍ତମାନ ସରକାର କେବଳ ସୁଭଦ୍ରା ଟଙ୍କା ବାଣ୍ଟିବାରେ ସବୁ ଟଙ୍କା ସାରି ଦେଉଛନ୍ତି । ଆଉ ରାଜ୍ୟର କିଛି କାମ ହେଉନାହିଁ ।

ସୈାମ୍ୟଙ୍କ କହିବା କଥା ରାଜନୀତିରେ, କ୍ଷମତା ହସ୍ତାନ୍ତର କରିବାର ଏକ ପଦ୍ଧତି କଥା ଅଛି। ଆମେ ସମସ୍ତେ  ଶାସନ କରିପାରିବୁ ନାହିଁ। ତେଣୁ ଆମର ପ୍ରତିନିଧିମାନେ ଶାସନ କରନ୍ତି, ସେମାନଙ୍କୁ ଏହା କରିବାକୁ ସମ୍ବିଧାନରେ ନିର୍ଦ୍ଦେଶ ଦିଆଯାଇଛି। ମୁଁ ଯେଉଁ ଭୋଟ୍ ଦିଏ, ମୁଁ ସେହି ଭୋଟ ଅଧିକାର ଜଣକୁ ଦିଏ, ଶାସନ କରିବା ପାଇଁ । ଯାହା ତାଙ୍କୁ କ୍ଷମତା ପ୍ରଦାନ କରେ।

ଆମେ ସବୁ ଓଡ଼ିଶାବାସୀ ନବୀନଙ୍କୁ କ୍ଷମତା ଦେଲୁ । ସେ କିନ୍ତୁ କ୍ଷମତା ଆଉ ଜଣକୁ ଦେଇ ରାଜ୍ୟ ଚଳାଇଲେ । ଆମେ ଜାଣିଲୁ ସେ ନିଜ ପାଖରେ କ୍ଷମତା ରଖିଛନ୍ତି । କିନ୍ତୁ ସେ ପ୍ରଥମେ ପ୍ୟାରୀଙ୍କୁ କ୍ଷମତା ଦେଇ କାମ କରାଇଲେ । ସେ ରାଜ୍ୟ, ଦଳ ଚଳାଇଲେ ମନ ଇଛା । ପରେ ପାଣ୍ଡିଆନଙ୍କୁ ଦେଲେ କ୍ଷମତା । ପାଣ୍ଡିଆନ କୁହୁକ-ସେ ଏତେ କ୍ଷମତା ପାଇଲେ କୋଉଠୁ । ସେ ସବୁ ନିଷ୍ପତ୍ତି ନେଲେ । ଏଠି ଦୋଷ କାହାର ତାହା ଆପଣମାନେ ଜାଣନ୍ତି ।  ଆମେ ଅନ୍ୟ ଉପରେ ଦୋଷ ଦେଇ ଖସିଯିବାକୁ ଚାହଁଛୁ  । କିନ୍ତୁ ପ୍ରକୃତ ଦୋଷୀକୁ ଜାଣିବାକୁ ଚାହୁଁନାହୁଁ ।

ମୁଁ ଏତିକି ମାତ୍ର କହିବାକୁ ଚାହେଁ । ଓଡ଼ିଶାବାସୀ ନବୀନ ବାବୁଙ୍କୁ  ବହୁ ସଫଳତା ଦେଇଛନ୍ତି । ସେ ଅନେକ ବର୍ଷ ଧରି ମୁଖ୍ୟମନ୍ତ୍ରୀ ରହିଲେ ।  ବର୍ଷ ବର୍ଷ ଧରି କ୍ଷମତାରେ ରହିଥିଲେ । ନିର୍ବାଚନରେ ଅଧିକରୁ ଅଧିକ ଭୋଟ ପାଇ ସରକାର ଗଠନ କରିଥିଲେ । ନବୀନଙ୍କର ଅଦଭୂତ ପ୍ରେମ କାହାଣୀରେ ଓଡ଼ିଆମାନେ ବାନ୍ଧି ହୋଇଥିଲେ ।  ନବୀନଙ୍କ ପ୍ରେମରେ ଏପରି ପଡ଼ିଲେ ଯେ ସବୁ ଏକପାଖିଆ ହୋଇଗଲା । ନବୀନ କିନ୍ତୁ ଓଡ଼ିଶାବାସୀଙ୍କୁ ସେତେ ଭଲ ପାଇଲେ ନାହିଁ । ଯାହା ଫଳରେ ଓଡ଼ିଶା ଯେଉଁ ଗରିବକୁ ସେହି ଗରିବ ହୋଇରହିଲା ।  2000ରୁ 2024 ନବୀନ ଓଡ଼ିଶାକୁ ଶାସନ କଲେ ।

ଓଡ଼ିଶାବାସୀଙ୍କର ଏହି ସମୟରେ ଆପଣ ଅନ୍ଧଭକ୍ତି ଦେଖିପାରିବେ । ଅନ୍ଧଭାବେ ତାଙ୍କୁ ଭଲପାଇ ଶାସନଗାଦି ଦେଇଥିଲେ । ପରେ ତାଙ୍କୁ ଏମିତି ସବୁ କୁହାଗଲା  । ନବୀନଙ୍କର  କେହି ନାହାଁନ୍ତି । ସେ ବାହା ହୋଇନାହାଁନ୍ତି । ତାଙ୍କର ପରିବାର ନାହିଁ । ସେ ଟଙ୍କା ନେଇ କଣ କରିବେ ।  ସେ ସରଳ, ସେ ବହୁତ ଭଲ । ପିଲାପିଲି ହୋଇନାହାଁନ୍ତି । ଏସବୁ ପ୍ରଚାର ହେଲା । ଲୋକେ ତାଙ୍କୁ ଦେଖି ଭୋଟ ଦେଇଥିଲେ । ସେ ଠକିବେ ନାହିଁ । ତାଙ୍କ ପ୍ରତି ଅନୁକଂପା , ଭଲ ଛବି ହୋଇପାରିଲା । ତାହାର ଭେଦ ଓଡ଼ିଆମାନେ ଜାଣିପାରିଲେ ନାହିଁ । ସେ ଓଡ଼ିଆବାସୀଙ୍କୁ କଣ ଦେଇଛନ୍ତି ତାହା ମୁଁ ଜାଣେ ନାହିଁ । ଗୋଟିଏ କଥା ନବୀନ ବାବୁ କରିଛନ୍ତି । ତାହା ହେଉଛି ବାତ୍ୟା ରୋକିବାରେ ସେ ସଫଳତା ହାସଲ କରିଛନ୍ତି । 5ଟି ଖାଲି ତୁଛା ପ୍ରଚାର । ଏଥିରେ କିଛି ହୋଇନାହିଁ । 5ଟି ବିଦ୍ୟାଳୟ ଶିକ୍ଷାକ୍ଷେତ୍ରରେ ଦେଖିବାକୁ ଗଲେ ବିଦ୍ୟାଳୟ ସୈାଚାଳୟରେ ପରିଣତ ହୋଇଛି । ଆପଣ ଯାଇ ଦେଖନ୍ତୁ । ମୁଁ ଯାଇ ଯେଉଁଠି ପଢ଼ିଥିଲି  । ଆପଣ ଯାଇ ଦେଖନ୍ତୁ ଆପଣଙ୍କ ସ୍କୁଲ । କୋଠା ଘର,ମାର୍ବଲ ଅଛି, ଭଲ ଘର ଅଛି, ଶିକ୍ଷକ ନାହାଁନ୍ତି । ପାଠପଢ଼ା ନାହିଁ । ଲୋକେ ବାହାର ରାଜ୍ୟକୁ ଯାଉଛନ୍ତି କାମ ପାଇଁ । ଦେଶ ବାହାରକୁ ଯାଉଛନ୍ତି ପାଣିମିସ୍ତ୍ରୀ କାମ କରିବା ପାଇଁ  । ଆମର ଏଠି ପାଣି ପିଇବାକୁ କିଛି ବ୍ୟବସ୍ଥା ହୋଇପାରୁନାହିଁ ।  ଏବେ ପଟ୍ଟାମୁଣ୍ଡାଇ ଯାଆନ୍ତୁ ଦେଖିବେ ଯାହାର କୋଠାଘର ଅଛି । ସେ ସବୁ ପାଇପ ମିସ୍ରି କାମ ପାଇଁ ଏବେ ଦେଶ ବାହାରେ ଅଛନ୍ତି । ନବୀନ ବାବୁ ଏମାନଙ୍କ ପାଇଁ କିଛି କରିପାରିନାହାଁନ୍ତି । ଏବେ ସୁଭଦ୍ରାରେ ସରକାରଙ୍କ  ସବୁ ପଇସା ସରିଗଲା । ଲୋକେ ରୋଜଗାର ପାଉନାହାଁନ୍ତି । ଲୋକଙ୍କୁ ବିଶୁଦ୍ଧ  ପାଣି ମିଳୁନାହିଁ । ଏଭଳି କହି ବର୍ଷିଛନ୍ତି ସୈାମ୍ୟରଂଜନ ପଟ୍ଟନାୟକ ।

Leave a comment