ବନ୍ଦ ହେଲ ବୁର୍ଲା ଭିସୁଟ୍‌

ବନ୍ଦ ହେଲ ବୁର୍ଲା ଭିସୁଟ୍‌

ମେଟ୍ରୋ ଟିଭି ଓଡିଶା,୭/୧: କରୋନାର କାୟା ଯୋଗୁ ଚାରିଆଡେ ଏବେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହି ସଂକ୍ରମଣ ଏବେ ବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟ ଆଡେ ମାଡି ଗଲାଣି । ଏବେ କରୋନାରେ ସଂକ୍ରମିତ ହେଲେଣି ଛାତ୍ରଛାତ୍ରୀ । ଏହା ସହ ବନ୍ଦ ହୋଇଛି ବୁର୍ଲା ଭିସୁଟ୍ । ଛାତ୍ରାଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଭିସୁଟ୍‌କୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।
ସୂଚନା ଅନୁଯାୟୀ ବିଶ୍ୱବିଦ୍ୟାଳୟ ବନ୍ଦ ହେବା ପରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଘରକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଫଲାଇନ କ୍ଲାସ ସବୁ ବନ୍ଦ କରାଯିବା ସହ ଅନଲାଇନ ମାଧ୍ୟମରେ କ୍ଲାସ ହେବ ବୋଲି କଲେଜ କର୍ତ୍ତୃପକ୍ଷ କହିଛନ୍ତି ।