ଓଡ଼ିଶାର ଚାଷୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ତୁରନ୍ତ ଆବଶ୍ୟକୀୟ ସାର ଯୋଗାଣ କରିବାକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଜେ.ପି ନଡ୍ଡାଙ୍କ ଚିଠି ଲେଖି ଦାବି କରିଛନ୍ତି। ରାଜ୍ୟରେ ଏବେ ସାର ଯୋଗାଣକୁ ନେଇ ଅବ୍ୟବସ୍ଥା। ମାର୍କଫେଡ୍ ଚାଷୀଙ୍କୁ ସାର ଯୋଗାଇବା ବଦଳରେ ଡିଲର୍ଙ୍କୁ ରିହାତି ଦରରେ ସାର ବିକୁଛି। ଚାଷୀ ଯେଉଁ ସମୟରେ ବିଲରେ କାମ କରିବା କଥା, ସାର ନଥିବାରୁ ରାସ୍ତାରେ ଆନ୍ଦୋଳନ କରୁଛି। ଓଡ଼ିଶାରେ ୭.୯୪ଲକ୍ଷ ଟନ୍ ସାର ମହଜୁଦ ଥିବା ରାଜ୍ୟ ସରକାର ଦାବି କରୁଥିବାବେଳେ ଚାଷୀ କିନ୍ତୁ ସାର ପାଉନି। ୟୁରିଆ ସରକାରୀ ଦର ଠାରୁ ଅଧିକ ଦାମ୍ରେ ବିକ୍ରି ହେଉଛି। ସାରା ରାଜ୍ୟରେ ଏବେ ସାର ଯୋଗାଣରେ ବ୍ୟାପକ ଅବ୍ୟବସ୍ଥା, କଳାବଜାର, ଅପମିଶ୍ରଣ ହେଉଛି। ବଜାରରେ ୟୁରିଆ ମିଳୁନଥିବାରୁ ଚାଷୀକୂଳ ହନ୍ତସନ୍ତ ହେଉଛନ୍ତି। ବିଶେଷକରି ଆଦିବାସୀ ବହୁଳ ଜିଲ୍ଲାରେ ସାର ସମସ୍ୟା ଉତ୍କଟ ହୋଇଛି। ଏଭଳି ସ୍ଥିତିରେ କଳାବଜାରୀକୁ ତୁରନ୍ତ ରୋକାଯାଉ, ସମବାୟ ସମିତି ମାଧ୍ୟମରେ ଯେଉଁ ସରକାରୀ ଅଧିକାରୀ, ଡିଲରମାନେ କଳାବଜାରୀ କରୁଛନ୍ତି ସେମାନଙ୍କୁ ଧରି ଦଣ୍ଡ ଦିଆଯାଉ। କୃଷି ଓଡ଼ିଶା ଅର୍ଥନୀତିର ମୁଖ୍ୟ ଆଧାର ଓ ଆମର ୭୦ ଭାଗରୁ ଅଧିକ ଲୋକ କୃଷି ଉପରେ ନିର୍ଭର କରନ୍ତି। ୨୦୦୦ମସିହାରେ ଚାଉଳ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିବା ଓଡ଼ିଶା ଆଜି ଦେଶର ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଚାଉଳ ଯୋଗାଣରେ ଏକ ପ୍ରମୁଖ ରାଜ୍ୟ ପାଲଟିଛି। କୃଷି କ୍ଷେତ୍ରରେ ବୈଷୟିକ ବିଦ୍ୟାର ପ୍ରୟୋଗ ଓ ସାର ବିହନ ଆଦିର ଉତ୍ତମ ବଣ୍ଟନ ଓଡ଼ିଶାକୁ ଏ ସଫଳତା ଆଣି ଦେଇଥିଲା। କିନ୍ତୁ ସ୍ଥିତି ଏବେ ସଙ୍ଗିନ୍।
Trending
- କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଠାରୁ ମେଡ୍ ଇନ୍ ଇଣ୍ଡିଆ ଚିପ୍ସର ପ୍ରଥମ ସେଟ୍ ଗ୍ରହଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ନିଲମ୍ବିତ ତହସିଲଦାର ମଧୁସ୍କିତା ସିଂ ଗିରଫ
- ଲଗାଣ ବର୍ଷାରେ ବେହାଲ ହେଲାଣି ଦେଶର ରାଜଧାନୀ , ଘରେ ପସିଲାଣି ଯମୁନା ପାଣି
- ରାଜ୍ୟରେ ଏବେ ଉତ୍କଟ ସାର ସଙ୍କଟ
- ଶ୍ରୀମନ୍ଦିର ପରିସରରେ ମାତୃ ଶିଶୁ ସ୍ତନ୍ୟପାନ ଗୃହ
- ଆସିଗଲା ଚାକିରି , ଅକ୍ଟୋବର ୮ରୁ , RI, ICDS ସୁପରଭାଇଜର, ARI, ଅମିନ ପରୀକ୍ଷା
- ଭାଜପା ଉପରେ ବର୍ଷିଲା ବିଜେଡି -ମୋହନ ସରକାର ‘ରି-ବ୍ରାଣ୍ଡିଙ୍ଗ୍’ରେ ବିଶ୍ୱାସ କରୁଛି କହିଲା
- ଅଭିଜିତ ମଜୁମଦାର ଅସୁସ୍ଥ, ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି
- ବଦଳିବ ଚେହେରା, ୮୦୦ ଏକର ଜାଗାରେ ହେବ ନୂଆ ଭୁବନେଶ୍ୱର
- ସୁପ୍ରିମକୋର୍ଟ କହିଲେ TET ଉତ୍ତୀର୍ଣ୍ଣ ବାଧ୍ୟତାମୂଳକ, ଶିକ୍ଷକଙ୍କ ଚିନ୍ତା ବଢ଼ିଲା
Prev Post
Next Post