ଧର୍ମଶାଳାରେ ଅଧିକାଂଶ ସରପଞ୍ଚ ଓ ସମିତି ସଭ୍ୟ ବିଜେଡି ଛାଡ଼ି ବିଜେପିରେ ସାମିଲ ହେବା ପରେ ଓ ବ୍ଲକ ଅଧ୍ୟକ୍ଷଙ୍କ ଇସ୍ତଫାର ସପ୍ତାହେ ନପୂରୁଣୁ ଆଜି ବଡ଼ଚଣା ବ୍ଲକ୍ର ଅଧ୍ୟକ୍ଷା, ଉପାଧ୍ୟକ୍ଷଙ୍କ ସମେତ ବହୁ ସରପଞ୍ଚ, ସମିତିସଭ୍ୟ ଓ ସହସ୍ରାଧିକ କର୍ମୀ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି।
ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣପର୍ବରେ ବଡ଼ଚଣା ବ୍ଲକ୍ ଅଧ୍ୟକ୍ଷା ମିନତି ସେନାପତି, ଉପାଧ୍ୟକ୍ଷ ବିଭାସଚନ୍ଦ୍ର ନନ୍ଦ, ବଡ଼ଚଣା ବ୍ଲକ୍ ବିଜେଡି ପୂର୍ବତନ ସଭାପତି ତଥା ଜିଲ୍ଲାପରିଷଦ ସଭ୍ୟ ଅରବିନ୍ଦ ସାମଲ ପ୍ରମୁଖ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି।ବଡ଼ଚଣା ବ୍ଲକ୍ର ପୂର୍ବତନ ଛାତ୍ର ବିଜେଡି ସଭାପତି ଜିତେନ୍ଦ୍ର କୁମାର ନାୟକ, ଦର୍ପଣ ସରପଞ୍ଚ ତଥା ବ୍ଲକ ସରପଞ୍ଚ ସଂଘ ସଭାପତି ରଞ୍ଜନ କୁମାର ଦାସ, ବଡ଼ଚଣା ସମିତିସଭ୍ୟ ତଥା ସଂଘ ସଭାପତି ମଧୁସୂଦନ ବଳ, ଭୁଷଣ୍ଡପୁର ସରପଞ୍ଚ ଯଯାତିକେଶରୀ ରାଉତ, ସିହା ସରପଞ୍ଚ ସୁଶ୍ରୀ ମିଶ୍ର, ଧାନମଣ୍ଡଳ ସରପଞ୍ଚ ନବଦୀପ ନାୟକ, ବଡ଼ଘୁମୁରି ସରପଞ୍ଚ ଅକ୍ଷୟ କୁମାର ରାଉତରାୟ, ଅଣକା ସରପଞ୍ଚ ଦେବଯାନୀ ମହାପାତ୍ର, ସମିତିସଭ୍ୟା ରଶ୍ମିତା ସ୍ୱାଇଁ, ମାଣ୍ଡୁକା ସମିତିସଭ୍ୟା ମିନତି ଦଳେଇ, ଚାରିନଙ୍ଗଳ ସମିତିସଭ୍ୟା ଚନ୍ଦ୍ରକଳା ଜେନା, ନଳୀପୁର ସରପଞ୍ଚ ସେକ୍ ଗନି, ପତରାଜପୁର ସରପଞ୍ଚ ତନୁଶ୍ରୀ ଦାସ, ଭରତପୁର ସରପଞ୍ଚ ବିଭୂତିଭୂଷଣ ସାମଲ, ସମିତିସଭ୍ୟା ଦୁର୍ଗାବତୀ ସାମଲ, ବାଲିପଡ଼ିଆ ସମିତିସଭ୍ୟା ମନୋରମା ଭଞ୍ଜ, ବଡ଼ବାଲିକୁଦା ସମିତିସଭ୍ୟା କାମିନୀ ନାୟକ, ବରପଦା ପଞ୍ଚାୟତ ସମିତିସଭ୍ୟା ସ୍ମରଣିକା ବଳ, ମାଣ୍ଡୁକା ସରପଞ୍ଚ ପ୍ରଭାସିନୀ ମଲିକ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି।
ସେହିପରି ବଡ଼ଚଣା ଆତ୍ମା କମିଟି ଅଧ୍ୟକ୍ଷ ବିପିନ ବିହାରୀ ଜେନା, ପୂର୍ବତନ ଅଧ୍ୟକ୍ଷ ନିରଞ୍ଜନ ସେନାପତି, ଜିଲ୍ଲାପରିଷଦ ସଭ୍ୟା ବିନୋଦିନୀ ସାହୁ, ପୂର୍ବତନ ସରପଞ୍ଚ ମାନସୀ ଜେନା, ମୋନାଲିସା ତରାଇ, ପୂର୍ବତନ ସରପଞ୍ଚ ମାନସରଞ୍ଜନ ପଣ୍ଡା, ସମିତିସଭ୍ୟ ସେକ୍ ମୋଇନି ଅହମ୍ମଦ, ପୂର୍ବତନ ସରପଞ୍ଚ ଯୁଗଳକିଶୋର ଖିଲାର, ପୂର୍ବତନ ପଞ୍ଚାୟତ ସଭାପତି ଶିବଶଙ୍କର ପରିଡ଼ା, ପୂର୍ବତନ ସମିତିସଭ୍ୟ ବାନାମ୍ବର ଲେଖା, ଯୁବ ସଭାପତି ନିରଞ୍ଜନ ସ୍ୱାଇଁ, ପୂର୍ବତନ ସରପଞ୍ଚ ଅମୂଲ୍ୟ ଦାସ, ପୂର୍ବତନ ସମିତିସଭ୍ୟ ଅମିୟ ବିଶ୍ୱାଳ, ଭରତପୁର ପଞ୍ଚାୟତ ସଭାପତି ମଧୁସୂଦନ ସାମଲ, ବୈରୀର ସୁଜିତ୍ କୁମାର ସାହୁ, ବନ୍ଦାଳର ସଭାପତି ଅଜୟ କୁମାର ବିଶ୍ୱାଳ, ପୂର୍ବତନ ସମିତିସଭ୍ୟ ଆନନ୍ଦଚନ୍ଦ୍ର ଜେନା, ପୂର୍ବତନ ସଭାପତି ପଦ୍ମଲାଭ ସାମଲ, ନଳୀପୁରର ସଂଖାଲଘୁ ନେତା ନିୟାଜଉଦ୍ଦିନ ଖାଁ, ସମବାୟ ନେତା ସେକ୍ ନୁରଉଦ୍ଦିନ୍, ପୂର୍ବତନ ସଭାପତି ଗୋବିନ୍ଦଚନ୍ଦ୍ର ସାହାଣୀ, ବିଜୟ କୁମାର ପଣ୍ଡା, ଅଖିଳ ବଳ, ଛାତ୍ର ସଭାପତି ବଟକୃଷ୍ଣ ବଳ, ଭୁଷଣ୍ଡପୁରର ଅଜିତ କୁମାର ରାଉତ, ଖଇରାର ପୂର୍ବତନ ସମିତିସଭ୍ୟ କିଶୋର ସାମଲ, ରାଧାଦେଇପୁର ପଞ୍ଚାୟତ ନାଏବ ସରପଞ୍ଚ ପ୍ରତାପ ସାହୁ, ଗୋପାଳପୁରର ପୂର୍ବତନ ସମିତିସଭ୍ୟ ସୁଧୀର ମଲ୍ଲିକ, ବରପଦାର ଗୌରାଙ୍ଗ ଚରଣ ଦାସ, କାଇମାଟିଆ ପଞ୍ଚାୟତ ସଭାପତି ଘନଶ୍ୟାମ ସାମଲ, ପୂର୍ବତନ ସମିତିସଭ୍ୟ ଅନିରୁଦ୍ଧ ରାଉତ, ବଡ଼ବାଲିକୁଦା ପଞ୍ଚାୟତର ପତିତପାବନ ନାୟକଙ୍କ ସମେତ ୨ହଜାରରୁ ଊର୍ଦ୍ଧ୍ୱ ସମର୍ଥକ ବିଜେପିରେ ଯୋଗଦେଇଥିଲେ।