କଲରା ପତ୍ର ବି ଗୁଣକାରୀ
ଆମେ କଲରା ଖାଇଲେ କୃମି ନଷ୍ଟ ହୋଇଥାଏ ବୋଲି ସାଧାରଣରେ ଏକ ଧାରଣା ରହିଛି। ଏହା କ୍ଷୁଧା ଓ ପାଚନ ଶକ୍ତିକୁ ବୃଦ୍ଧି କରିଥାଏ। ତେବେ ଜାଣନ୍ତି କି କଲରା ପତ୍ର ବି ଗୁଣକାରୀ। ଏଥିରେ ଭିଟାମିନ୍ ଏ ଥାଏ ଓ ହାଇପୋଗ୍ଲାଇସେମିକ୍ର ଗୁଣ ଥାଏ, ଯାହା ରକ୍ତ ସୁଗାର ସ୍ତର ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ। ଆସନ୍ତୁ ଜାଣିବା ଏଥିରୁ ଅନ୍ୟ କି ଉପକାର ମିଳିଥାଏ।ମଧୁମେହ ରୋଗୀଙ୍କ ପାଇଁ କଲରା ପତ୍ର ରାମବାଣ ସଦୃଶ।ଏହି ପତ୍ରକୁ ସୁଗାର ସ୍ତରକୁ ନିୟନ୍ତ୍ରିତ କରିଥାଏ,କାରଣ ଏଥିରେ ବିସିନ୍ ଓ ପଲିପେଷ୍ଟାଇଡ଼୍ ପି ଭଳି ଗୁଣ ମଧ୍ୟ ମିଳିଥାଏ।କଲରା ପତ୍ର ମୂଳତଃ ବ୍ୟାକ୍ଟେରିଆ,ପଂଗାଲ୍ ବା ଭାଇରସ୍ ଜନିତ ରୋଗର ମୂଳୋତ୍ପାଟନ କରିବାରେ ସହାୟକ ହୋଇଥାଏ।ଏଥିରେ ପତ୍ରର ଆଣ୍ଟି-ମାଇକ୍ରୋବିୟଲ ଗୁଣ ଥିବା ଯୋଗୁଁ ଏହା ସମ୍ଭବ ହୋଇଥାଏ।ଏଥିରେ ପତ୍ରରେ ଆଣ୍ଟି- ମାଇକ୍ରୋବିୟଲ ଗୁଣ ଥିବା ଯୋଗୁଁ ଏହା ସମ୍ଭବ ହୋଇଥାଏ ବୋଲି ଜଣାଯାଇଛି।କଲରା ପତ୍ରରେ ବିସିନ୍ ଓ ପଲିପେପ୍ଟାଇଡ୍-ପି ଥାଏ, ଯାହା ରକ୍ତ ସୁଗାର ସ୍ତରକୁ ନିୟନ୍ତ୍ରଣ କରେ।ଏହା ବ୍ୟାକ୍ଟେରିଆ, ଫଙ୍ଗସ୍ ଓ ଭାଇରସ୍ ଜନିତ ରୋଗରୁ ରକ୍ଷା କରେ।ଭିଟାମିନ୍ ଏ, ସି ଓ ବି କମ୍ପ୍ଲେକ୍ସ ଥିବା ଯୋଗୁଁ ଶରୀରର ରୋଗ ପ୍ରତିରୋଧ କ୍ଷମତା ବୃଦ୍ଧି ହୁଏ।କଲରା ପତ୍ରରେ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ଥାଏ, ଯାହା ଶରୀରକୁ କ୍ଷତିକାରକ ମୁକ୍ତ ରାଡିକାଲ୍ରୁ ରକ୍ଷା କରେ।ଏହାର ରସ ନିୟମିତ ପିଇଲେ କର୍କଟ କୋଷକୁ ନଷ୍ଟ କରିବାରେ ସହାୟକ ହୋଇଥାଏ।କଲରା ପତ୍ରରେ ଏଚ୍ଆଇଭି ଭୂତାଣୁକୁ ନଷ୍ଟ କରିବାର ସମ୍ଭାବନା ରହିଛି।ଏହାର ଇନ୍ଫ୍ଲେମେଟାରୀ ଓ ଅଷ୍ଟ୍ରିଞ୍ଜେଣ୍ଟ ଗୁଣ ମାଲେରିଆ ଜ୍ୱର ହ୍ରାସ କରେ। କାଛୁ, କୁଣ୍ଡିଆ ଭଳି ଚର୍ମ ରୋଗରେ ଏହାର ରସ ବା ଗୋଲାପ ଜଳ ସହିତ ଲଗାଇଲେ ସଂକ୍ରମଣ ହ୍ରାସ ପାଏ। କାଲସିଅମ୍ ଓ ପୋଟାସିଅମ୍ର ଉଚ୍ଚ ମାତ୍ରା ଥିବା ଯୋଗୁଁ ଏହା ରକ୍ତଚାପ ନିୟନ୍ତ୍ରଣରେ ସହାୟକ। ଋତୁସ୍ରାବ ସମୟରେ ୫ ଦିନ କଲରା ପତ୍ରର ରସ ପିଇଲେ ଗର୍ଭ ରୋକିବାରେ ସହାୟକ ହୋଇଥାଏ।