ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ବୁଲା କୁକୁରଙ୍କ ଗଣନା କରିବ। ବିଭାଗ ପକ୍ଷରୁ ବୁଲା କୁକୁରଙ୍କ ବନ୍ଧ୍ୟାକରଣ, ଗଣନା ଏବଂ ଟୀକାକାରଣ କରାଯିବ। ବନ୍ଧ୍ୟାକରଣ ପରେ କୁକୁରଙ୍କୁ ଅଣାଯାଇଥିବା ସ୍ଥାନରେ ଛାଡି ଦିଆଯିବ। ଯେଉଁମାନେ ହିଂସ୍ର ଓ ଜ୍ୱାଳାନ୍ତକ ରୋଗରେ ପୀଡିତ ଥିବେ ସେମାନଙ୍କୁ ଆଶ୍ରୟ ସ୍ଥଳରେ ରଖାଯିବ। ଯେତିକି ତଥ୍ୟ ରହିଛି ତାହା ଅନୁଯାୟୀ, ରାଜ୍ୟରେ ୭ଲକ୍ଷ ବୁଲା କୁକୁର ଏବଂ ୬୪ହଜାର ପୋଷା କୁକୁର ଅଛନ୍ତି। ଏଣିକି ବୁଲା କୁକୁରଙ୍କୁ ରାସ୍ତା କଡରେ ଖାଇବାକୁ ନଦେବାକୁ ସଚେତନ କରିବ ମୁନିସିପାଲିଟି। କୁକୁରମାନଙ୍କୁ ନେଇ ସୁପ୍ରିମ କୋର୍ଟଙ୍କ ସଂଶୋଧିତ ରାୟ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ମତ୍ସ୍ୟ ପ୍ରାଣୀ ଓ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଏହି ପ୍ରତିକ୍ରିୟା ଆସିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବିଭାଗ କଡାକଡି ପାଳନ କରିବ ବୋଲି ସେ କହିଛନ୍ତି।
Trending
- ବୁଲା କୁକୁରଙ୍କୁ ମାଂସ ଦିଆଯିବ ନାହିଁ
- ହୀରାକୁଦର ୪ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ
- ବୁଲା କୁକୁରଙ୍କୁ ଆଉ ବଳକା ମାଂସ ଦିଆଯିବନି
- ଏସ୍ଆଇଆର୍ ବିବାଦ : କଟିଥିବା ଭୋଟର ଅଭିଯୋଗ କରୁନାହାଁନ୍ତି
- ମୋଦି କହିଲେ ଜେଲ୍ରୁ କେହି ନିର୍ଦ୍ଦେଶ ଦେଇପାରିବେନି
- ବଦଳିଲେ ୮ ଜିଲ୍ଲା ଏସ୍ପି
- ଇସ୍ରୋର ପ୍ରଥମ ଗଗନଯାନ ପରୀକ୍ଷଣ
- ପ୍ରାର୍ଥିପତ୍ର ଦାଖଲ କଲେ ସୁଦର୍ଶନ ରେଡ୍ଡୀ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟେଲିଫୋନରେ କଥା ହେଲେ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରୋଁ
- ୩୮୦ ଗଣପତି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ
Next Post