ସୁସ୍ଥ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଆଜି ଅର୍ଥାତ୍ ସୋମବାର ସେ ମେଡିକାଲରୁ ଡିସଚାର୍ଜ ହୋଇପାରନ୍ତି।
ବାର୍ଦ୍ଧକ୍ୟ ଏବଂ ଡିହାଇଡ୍ରେଶନଜନିତ ଅସୁସ୍ଥତା ପାଇଁ ତାଙ୍କୁ ସମ୍ ଅଲ୍ଟିମେଟ୍ରେ ସନ୍ଧ୍ୟା ପ୍ରାୟ ୫ଟା ୧୫ ମିନିଟ୍ରେ ଭର୍ତ୍ତି କରାଯାଇଛି। ସମ୍ ଅଲ୍ଟିମେଟ୍ରେ ଡାକ୍ତର ଆଲୋକ ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଦଳ ନବୀନଙ୍କ ଚିକିତ୍ସା କରୁଛନ୍ତି।
ଶୁକ୍ରବାର ସନ୍ଧ୍ୟାରେ ନବୀନ ଡିହାଇଡ୍ରେଶନ ଜନିତ ଅସୁସ୍ଥତା ଅନୁଭବ କରିଥିଲେ। ପ୍ରଥମେ ଏକ ଡାକ୍ତରୀ ଦଳ ନବୀନ ନିବାସରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା କରିଥିଲେ। ହେଲେ ଅଧିକ ପରୀକ୍ଷାନିରୀକ୍ଷା କରିବା ଲାଗି ହସ୍ପିଟାଲ୍ ଆଣିବା ପାଇଁ ପରାମର୍ଶ ଦେବା ପରେ ସେ ସମ୍ ଅଲ୍ଟିମେଟ୍ ହସ୍ପିଟାଲ ଯାଇଥିଲେ।