ବିହାରରେ ନିର୍ବାଚନ ପାଖେଇ ଆସୁଛି । କଂଗ୍ରେସ ଦଳ ଭୋଟର ଅଧିକାର ରକ୍ଷା ପାଇଁ ‘ଭୋଟର ଅଧିକାର ଯାତ୍ରା’ ଆରମ୍ଭ କରିଛି । ରାହୁଲ ଗାନ୍ଧୀ ଏଥିରେ ସାମିଲ ହେବେ । ଯାହା ରୋହତାସ ଜିଲ୍ଲାର ସାସାରାମରୁ ଆଜି ଆରମ୍ଭ ହେଉଛି। ଏହି ୧୬ ଦିନିଆ ଯାତ୍ରାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ଆରଜେଡି ନେତା ତେଜସ୍ୱୀ ଯାଦବ ସମେତ ଇଣ୍ଡି ମେଣ୍ଟର ଶୀର୍ଷ ନେତାମାନେ ଅଂଶଗ୍ରହଣ କରୁଛନ୍ତି। ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି SIR କୁ ବିରୋଧ । ଭୋଟର ଲିଷ୍ଟରୁ ନାମ କଟିବାକୁ ବିରୋଧ କରୁଛନ୍ତି କଂଗ୍ରେସ, ଆରଜେଡି । ଭୋଟ ଚୋରିର ଅଭିଯୋଗକୁ ବିରୋଧ କରି ଏହାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା କଂଗ୍ରେସର ଲକ୍ଷ୍ୟ । କଂଗ୍ରେସ ନିର୍ବାଚନ କମିଶନଙ୍କ ଉପରେ ଶାସକ ବିଜେପି ସହିତ ମିଳିମିଶି ଭୋଟର ତାଲିକାରେ ଅନିୟମିତତା କରୁଥିବା ଅଭିଯୋଗ କରିଛି। ଏହି ଯାତ୍ରା ଗରିବ, ଦଳିତ, ପଛୁଆ ବର୍ଗ, ଆଦିବାସୀ ଓ ସଂଖ୍ୟାଲଘୁ ସମ୍ପ୍ରଦାୟର ଅଧିକାର ରକ୍ଷା ପାଇଁ ଏକ ପ୍ରତିବାଦ ବୋଲି କଂଗ୍ରେସ ଦାବି କରିଛି। ଏହି ଯାତ୍ରା ସେପ୍ଟେମ୍ବର ୧୧ରେ ପାଟଣାର ଗାନ୍ଧୀ ମଇଦାନରେ ଶେଷ ହେବ। ଗତ ଅଗଷ୍ଟ ୧୪ରେ ରାଜ୍ୟରେ ‘ଲୋକତନ୍ତ୍ର ବଚାଓ ମଶାଲ ରାଲି’ ମଧ୍ୟ ପାଳିତ ହୋଇଥିଲା।
Trending
- କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିଲେ ପ୍ରହ୍ଲାଦ ଯୋଶୀ
- ଭୁବନେଶ୍ୱରରେ ପୁଣି ହିଟ୍ ଆଣ୍ଡ୍ ରନ୍ , ତମାଣ୍ଡୋ ଫୁଟ୍ ଓଭରବ୍ରିଜ୍ ନିକଟରେ ଧକ୍କା ଦେଲା ଅଜଣା ଗାଡ଼ି,ମିଳିଲା ମୃତକଙ୍କ ମୁଣ୍ଡ ବିହୀନ ମୃତଦେହ
- ଆଜି ଦେଶ ପାଳୁଛି ୨୭ତମ କାରଗିଲ ବିଜୟ ଦିବସ, ଯବନାଙ୍କ ବଳିଦାନକୁ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି ଦେଶବାସୀ
- ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି,ମନ୍ କୀ ବାତ୍’ରେ କାର୍ଗିଲ୍ ବୀରଙ୍କ ବୀରତ୍ୱ ଏବଂ ସାହସର କଥାକୁ ମନେପକାଇଲେ ମୋଦୀ
- ପ୍ରବଳ ବର୍ଷା ଯୋଗୁଁ ଖୋଲିଲା ହରିହର ଯୋର ଡ୍ୟାମର ୪ଟି ଗେଟ୍,ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ
- ଆଜି ରଥ ଉପରେ ଶ୍ରୀଜିଉଙ୍କ ‘ଅଧର ପଣା’ ନୀତି ,ଅଶରୀରୀ ଓ ଚଣ୍ଡୀ-ଚାମୁଣ୍ଡାଙ୍କ ଉଦ୍ଧାର ପାଇଁ ରଥରେ ଭଙ୍ଗାଯିବ ୯ଟି ମାଟି ହାଣ୍ଡି
- ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେବାର ନିଷ୍ପତ୍ତି ଧର୍ମେନ୍ଦ୍ର ପ୍ରଧାନଙ୍କ ଉଚ୍ଚ ନୈତିକ ଆଦର୍ଶ ଓ ଦାୟିତ୍ୱବୋଧର ପରିଚୟ : ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ମହାପ୍ରଭୁଙ୍କ ସୁନା ବେଶ ପାଇଁ ଭୁବନେଶ୍ୱର-ପୁରୀ ରାସ୍ତାରେ ଅସମ୍ଭାଳ ଭିଡ଼,ମାଳତୀପାଟପୁର ଟ୍ରାଫିକ ଅତିକ୍ରମ କରିବାକୁ ଲାଗୁଛି ୨ ଘଣ୍ଟାରୁ ଅଧିକ ସମୟ
- କକ୍ରୋଚ୍ ଜନତା ପାର୍ଟିର ପ୍ରତିବାଦ: ଅପରାଧିକ ପୃଷ୍ଠଭୂମି ଥିବା ୨,୦୦୦ ରୁ ଅଧିକ ବ୍ୟକ୍ତିଙ୍କୁ ଚିହ୍ନଟ,୫ ଟି ଏଫଆଇଆର,୧୩୦ ପୁଲିସ ଆହତ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇଲେ ଧର୍ମେନ୍ଦ୍ର ପ୍ରଧାନ
Prev Post
Next Post