ଆଲାସ୍କାର ଆଙ୍କୋରେଜରେ ବିଶ୍ବର ଦୁଇ ମହାଶକ୍ତିଙ୍କ ବୈଠକ ଶେଷ ହୋଇଛି। ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରି ପୁଟିନ କହିଛନ୍ତି ଯେ ଆଲାସ୍କା ରୁଷ ଏବଂ ଆମେରିକାର ସହଭାଗୀ ଇତିହାସର ଏକ ଅଂଶ ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଦୁଇ ଦେଶ ଶତ୍ରୁମାନଙ୍କ ବିରୁଦ୍ଧରେ ଏକାଠି ଲଢ଼ିଥିଲେ। ରୁଷ ରାଷ୍ଟ୍ରପତି ଆହୁରି କହିଛନ୍ତି ଯେ ଆଲୋଚନାର ଏକ ବଡ଼ ଅଂଶ ୟୁକ୍ରେନ ଉପରେ କେନ୍ଦ୍ରିତ ଥିଲା। ସେ କହିଛନ୍ତି ଯେ ପରିସ୍ଥିତିରେ ଉନ୍ନତି ଆଣିବା ଆବଶ୍ୟକ ଏବଂ ଏଥିପାଇଁ ଟ୍ରମ୍ପଙ୍କ ଇଚ୍ଛାକୁ ପ୍ରଶଂସା କରିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ହୋଇଥିବା ବୈଠକରେ ୟୁକ୍ରେନ ଯୁଦ୍ଧ, ପାରସ୍ପରିକ ସମ୍ପର୍କ ଏବଂ ସହଯୋଗ ଆଦି ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ବୈଠକରେ ଆଲୋଚନା ସକାରାତ୍ମକ ଥିବା ବୋଲି କୁହାଗଲେ ବି ଏଥିରେ ଯୁଦ୍ଧବିରତି ପାଇଁ ସହମତି ହୋଇପାରିନାହିଁ। ବୈଠକ ପରେ ଦୁଇ ନେତା ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧନ କରିଥିଲେ, ମାତ୍ର ସାମ୍ବାଦିକମାନଙ୍କର କୌଣସି ପ୍ରଶ୍ନର ଉତ୍ତର ଦେଇନଥିଲେ।
Trending
- ରାଜ୍ୟର ଦଶହରା ଦୁର୍ଗାମେଢ଼ଙ୍କୁ ୭ କୋଟି ୧ ଲକ୍ଷ ୪୦ ହଜାର ଟଙ୍କା ଆର୍ଥିକ ଅନୁଦାନ ରାଶି ପ୍ରଦାନ କଲେ ରାଜ୍ୟ ସରକାର
- ନକ୍ସଲବାଦୀମାନେ ଏବେ ସେମାନଙ୍କର ଅସ୍ତ୍ରଶସ୍ତ୍ର ଆତ୍ମସମର୍ପଣ କରିବାକୁ ପଡିବ – ଅମିତ ଶାହ
- ଚୌଦ୍ବାର ଜେଲ୍ରୁ ଦୁଇ ହାର୍ଡକୋର କଏଦୀ ଫେରାର
- ପେଶାୱରରେ ବୋମା ବିସ୍ପୋରଣ, ୯ ମୃତ
- ଟିକସ ହସ୍ତାନ୍ତର ବାବଦରେ ଓଡିଶାକୁ ଆଗୁଆ ୪୬୦୧ କୋଟି
- ସ୍ୱଦେଶୀ ପ୍ଲାଟଫର୍ମ ଏବଂ ସେବା ବ୍ୟବହାର ଦିଗରେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ
- ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ ପାଳିତ , ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ
- ସରକାରଙ୍କ ବିଫଳତା ନେଇ ଜନସଚେତନତା ସୃଷ୍ଟି କରିବ ବିଜେଡି
- ରାଜଧାନୀ ଭୁବନେଶ୍ବରରେ ୭ଟି ସ୍ଥାନରେ ହେବ ରାବଣ ପୋଡି
- ରାଜ୍ୟରେ ସରକାରୀ ଚାକିରି ବିକ୍ରୀ ହେବାରେ ଲାଗିଛି