ଆଲାସ୍କାର ଆଙ୍କୋରେଜରେ ବିଶ୍ବର ଦୁଇ ମହାଶକ୍ତିଙ୍କ ବୈଠକ ଶେଷ ହୋଇଛି। ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରି ପୁଟିନ କହିଛନ୍ତି ଯେ ଆଲାସ୍କା ରୁଷ ଏବଂ ଆମେରିକାର ସହଭାଗୀ ଇତିହାସର ଏକ ଅଂଶ ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଦୁଇ ଦେଶ ଶତ୍ରୁମାନଙ୍କ ବିରୁଦ୍ଧରେ ଏକାଠି ଲଢ଼ିଥିଲେ। ରୁଷ ରାଷ୍ଟ୍ରପତି ଆହୁରି କହିଛନ୍ତି ଯେ ଆଲୋଚନାର ଏକ ବଡ଼ ଅଂଶ ୟୁକ୍ରେନ ଉପରେ କେନ୍ଦ୍ରିତ ଥିଲା। ସେ କହିଛନ୍ତି ଯେ ପରିସ୍ଥିତିରେ ଉନ୍ନତି ଆଣିବା ଆବଶ୍ୟକ ଏବଂ ଏଥିପାଇଁ ଟ୍ରମ୍ପଙ୍କ ଇଚ୍ଛାକୁ ପ୍ରଶଂସା କରିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ହୋଇଥିବା ବୈଠକରେ ୟୁକ୍ରେନ ଯୁଦ୍ଧ, ପାରସ୍ପରିକ ସମ୍ପର୍କ ଏବଂ ସହଯୋଗ ଆଦି ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ବୈଠକରେ ଆଲୋଚନା ସକାରାତ୍ମକ ଥିବା ବୋଲି କୁହାଗଲେ ବି ଏଥିରେ ଯୁଦ୍ଧବିରତି ପାଇଁ ସହମତି ହୋଇପାରିନାହିଁ। ବୈଠକ ପରେ ଦୁଇ ନେତା ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧନ କରିଥିଲେ, ମାତ୍ର ସାମ୍ବାଦିକମାନଙ୍କର କୌଣସି ପ୍ରଶ୍ନର ଉତ୍ତର ଦେଇନଥିଲେ।
Trending
- କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିଲେ ପ୍ରହ୍ଲାଦ ଯୋଶୀ
- ଭୁବନେଶ୍ୱରରେ ପୁଣି ହିଟ୍ ଆଣ୍ଡ୍ ରନ୍ , ତମାଣ୍ଡୋ ଫୁଟ୍ ଓଭରବ୍ରିଜ୍ ନିକଟରେ ଧକ୍କା ଦେଲା ଅଜଣା ଗାଡ଼ି,ମିଳିଲା ମୃତକଙ୍କ ମୁଣ୍ଡ ବିହୀନ ମୃତଦେହ
- ଆଜି ଦେଶ ପାଳୁଛି ୨୭ତମ କାରଗିଲ ବିଜୟ ଦିବସ, ଯବନାଙ୍କ ବଳିଦାନକୁ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି ଦେଶବାସୀ
- ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି,ମନ୍ କୀ ବାତ୍’ରେ କାର୍ଗିଲ୍ ବୀରଙ୍କ ବୀରତ୍ୱ ଏବଂ ସାହସର କଥାକୁ ମନେପକାଇଲେ ମୋଦୀ
- ପ୍ରବଳ ବର୍ଷା ଯୋଗୁଁ ଖୋଲିଲା ହରିହର ଯୋର ଡ୍ୟାମର ୪ଟି ଗେଟ୍,ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ
- ଆଜି ରଥ ଉପରେ ଶ୍ରୀଜିଉଙ୍କ ‘ଅଧର ପଣା’ ନୀତି ,ଅଶରୀରୀ ଓ ଚଣ୍ଡୀ-ଚାମୁଣ୍ଡାଙ୍କ ଉଦ୍ଧାର ପାଇଁ ରଥରେ ଭଙ୍ଗାଯିବ ୯ଟି ମାଟି ହାଣ୍ଡି
- ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେବାର ନିଷ୍ପତ୍ତି ଧର୍ମେନ୍ଦ୍ର ପ୍ରଧାନଙ୍କ ଉଚ୍ଚ ନୈତିକ ଆଦର୍ଶ ଓ ଦାୟିତ୍ୱବୋଧର ପରିଚୟ : ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ମହାପ୍ରଭୁଙ୍କ ସୁନା ବେଶ ପାଇଁ ଭୁବନେଶ୍ୱର-ପୁରୀ ରାସ୍ତାରେ ଅସମ୍ଭାଳ ଭିଡ଼,ମାଳତୀପାଟପୁର ଟ୍ରାଫିକ ଅତିକ୍ରମ କରିବାକୁ ଲାଗୁଛି ୨ ଘଣ୍ଟାରୁ ଅଧିକ ସମୟ
- କକ୍ରୋଚ୍ ଜନତା ପାର୍ଟିର ପ୍ରତିବାଦ: ଅପରାଧିକ ପୃଷ୍ଠଭୂମି ଥିବା ୨,୦୦୦ ରୁ ଅଧିକ ବ୍ୟକ୍ତିଙ୍କୁ ଚିହ୍ନଟ,୫ ଟି ଏଫଆଇଆର,୧୩୦ ପୁଲିସ ଆହତ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇଲେ ଧର୍ମେନ୍ଦ୍ର ପ୍ରଧାନ