ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ହତ୍ୟାକାରୀମାନଙ୍କୁ ଖୋଜି ବାହାର କରିବ ବିଜେପି ସରକାର

ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ହତ୍ୟାକାରୀଙ୍କୁ ଧରାଯିବା ଉପରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି,
ଯେଉଁ କମିସନ ବସିଥିଲା ତାହାର ଏବେ ତର୍ଜମା କରାଯାଉଛି। ଆଇନ ବିଭାଗ, ଆଇନ ବିଶାରଦମାନେ ତର୍ଜମା କରୁଛି। ଉପଯୁକ୍ତ ସମୟରେ ଉପଯୁକ୍ତ ନିଷ୍ପତ୍ତି ନିଆଯିବ। ଯେଉଁମାନେ ଏଥିରେ ସଂପୃକ୍ତ ଅଛନ୍ତି, ସେମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ସେ ଦିଗରେ ପରାମର୍ଶ ନିଆଯାଉଛି।। କଂଗ୍ରେସ ମଧ୍ୟ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାର ଫାଇଲ୍ ଖୋଲିବାକୁ ଚାହୁଁଥିବା ପ୍ରଶ୍ନର ଜବାବରେ ବିଜେପି ରାଜ୍ୟ ସଭାପତି କହିଛନ୍ତି, କଂଗ୍ରେସ କଣ ଡିମାଣ୍ଡ କରୁଛି, ତ‌ାହା ବଡ଼ କଥା ନୁହେଁ, ବିଜେପି ଯାହା ସଂକଳ୍ପ ନେଇଛି ତାହା କରିବ।

Leave a comment