ରାଶିଫଳ:ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ
ମେଷ: ଦିନଟି ଉତ୍ସାହଭରା ରହିବ। ସବୁ ଶକ୍ତି ନିଜର ନୂଆ କାମରେ ଲଗାଇବେ। ବ୍ୟବସାୟ କ୍ଷେତ୍ରରେ କିଛି ପରିବର୍ତ୍ତନ ହେବ। ଜମି ଦଲାଲଙ୍କ ଲାଗି ଦିନଟି ଲାଭଦାୟକ ରହିବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ।
ବୃଷ: ଦିନଟି ପୂର୍ବାପେକ୍ଷା ଭଲ ରହିବ। ଅଫିସରେ ପ୍ରତିଦିନ ତୁଳନାରେ ଭଲ କାମ ହେବ। ଅବିବାହିତଙ୍କୁ ବିବାହ ପ୍ରସ୍ତାବ ମିଳିପାରେ। ସାଥିରେ କାମ କରୁଥିବା ଲୋକ ସାହାଯ୍ୟ କରିବେ।
ମିଥୁନ: ଦିନଟି ପରିବାର ଲାଗି ଖୁସି ନେଇ ଆସିବ। କାହାକୁ କିଛି ବୁଝାଇବାରେ ଆପଣଙ୍କ କଥାର ପ୍ରଭାବ ପଡ଼ିବ। ସରକାରୀ ଚାକିରିଆଙ୍କର ପଦୋନ୍ନତି ପାଇଁ ରାସ୍ତା ଖୋଲିବ।
କର୍କଟ: ପୁଞ୍ଜି ବଜାରରେ ନିବେଶ ପୂର୍ବରୁ ବୟୋଜ୍ୟେଷ୍ଠଙ୍କ ପରାମର୍ଶ ନିଅନ୍ତୁ। କୌଣସି ମନୋରଂଜକ ଗତିବିଧିରେ ଅଂଶ ଗ୍ରହଣ କରିବେ। ବିଦେଶ ଯିବାର ସମ୍ଭାବନା ରହିଛି। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ।
ସିଂହ: ଆପଣ କିଛି ନୂଆ କରିବା ପାଇଁ ଭାବିବେ। ଅଫିସରେ କାମର ପ୍ରଶଂସା ହେବ। ଘରକୁ ବନ୍ଧୁ ଆସିବେ। ପରିବାରରେ ଖୁସିର ମାହୋଲ ରହିବ। ରାଜନୀତିରେ ସଫଳତା ପାଇବେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ।
କନ୍ୟା: ଅଫିସରେ ବରିଷ୍ଠଙ୍କ ଠାରୁ ସକାରାତ୍ମକ ବ୍ୟବହାର ପାଇବେ। ଜୀବନସାଥୀ ସହ ରାତ୍ରୀଭୋଜନ ପାଇଁ ବାହାରକୁ ଯିବେ। ବିବାହ ପାଇଁ ଲାଗି ରହିଥିବା ବାଧା ଦୂର ହେବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ।
ତୁଳା: ରଚନାତ୍ମକ କାର୍ଯ୍ୟରେ ଧ୍ୟାନ ରହିବ। ଧାର ଅର୍ଥ ଫେରିପାଇବେ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ। ବ୍ୟବସାୟରେ ଧନଲାଭ ଯୋଗ ରହିଛି। ଖେଳାଳିଙ୍କ ଲାଗି ଦିନଟି ଭଲ।
ବିଛା: ଭାଗୀଦାରି ବ୍ୟବସାୟରେ ଲାଭ ପାଇବେ। ଉଚ୍ଚ ଓ ବୌଦ୍ଧିକ ବର୍ଗରେ ସମ୍ମାନ ପାଇବେ। ପ୍ରେମୀମାନେ ନିଜର ସାଥୀଙ୍କୁ ଉପହାର ଦେବେ। ସୁଷମ ଖାଦ୍ୟ ଖାଆନ୍ତୁ।
ଧନୁ: ନୂଆ ବ୍ୟବସାୟ ଆରମ୍ଭ ଲାଗି ଭଲ ଦିନଟିଏ। ବନ୍ଧୁର ସହଯୋଗ ପାଇବେ। ଅଫିସରେ କାମ ଭଲ ହେବ। ଘରୋଇ ସମସ୍ୟା ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ କରିପାରିବେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ।
ମକର: ଦିନଟି ଲାଭଦାୟକ ରହିବ। ଆର୍ଥିକ ବିଷୟରେ ମନଲାଖି ସଫଳତା ପାଇବେ। ଗବେଷକ ସୁଫଳ ପାଇବେ। ଉଚ୍ଚପଦସ୍ଥ ବ୍ୟକ୍ତି ଆର୍ଥିକ ସହାୟତା ଦେବେ। ପ୍ରେମ ଜୀବନ ଭଲ ରହିବ।
କୁମ୍ଭ: ଆଧ୍ୟାତ୍ମିକ ଆଡ଼କୁ ମନ ଢଳିବ। ଜୀବନସାଥୀଙ୍କ ଠାରୁ ଦାମୀ ଉପହାର ପାଇବେ। ବ୍ୟବସାୟ ବଢ଼ାଇବା ଲାଗି ଦିନଟି ଭଲ। ଦାମ୍ପତ୍ୟ ଜୀବନ ଭଲ ରହିବ।
ମୀନ: ପରିବାର ସହିତ ଅଧିକ ସମୟ ବିତାଇବେ। କୌଣସି ଇଲେକ୍ଟ୍ରୋନିକ୍ସ ସାମଗ୍ରୀ କିଣି ପାରନ୍ତି। ବ୍ୟବସାୟ କାମରେ ଦୂରସ୍ଥାନକୁ ଯାଇପାରନ୍ତି। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ।