ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବିଜେପିକୁ ଟାର୍ଗେଟ କରିଛନ୍ତି । ଏହାର ଉତ୍ତରରେ ବିଜେପି କହିଛି ଯେ କଂଗ୍ରେସ ଅସ୍ତଗାମୀ ରାଜନୈତିକ ଦଳ, ରାହୁଲ ଗାନ୍ଧୀଙ୍କ ଗସ୍ତ ସମ୍ଭିଧାନ ବଞ୍ଚାଓ ଅଭିଯାନ ନୁହେଁ କଂଗ୍ରେସ ବଞ୍ଚାଅ ଅଭିଯାନ | ରାଜ୍ୟ ବିଜେପି ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ କହିଛନ୍ତି ଯେ ନେହେରୁଙ୍କ ସମୟରେ ବାପ ଝିଅ, ଇନ୍ଦିରା ଗାନ୍ଧୀଙ୍କ ସମୟରେ ମା ପୁଅ ଏବଂ ଏବେ ମା ପୁଅ ଝିଅ ଜ୍ୱାଇଁ ଦଳ ହେଇକି ଅଛି କଂଗ୍ରେସ । ଗଣତନ୍ତ୍ର କଥା କହୁଥିବା କଂଗ୍ରେସ ପ୍ରଥମେ ସମ୍ଭିଧାନକୁ ସଂଶୋଧନ କରିଥିଲା |
ପ୍ରତି ନିର୍ବାଚନରେ ଭୋଟ ପ୍ରତିଶତ କମିଛି | ଦେଶରେ ସାଧାରଣ ନିର୍ବାଚନରେ ତିନି ଅଙ୍କରେ ପହଂଚି ପାରିନି କଂଗ୍ରେସ ସଂଖ୍ୟା | କଂଗ୍ରେସ ଗଣତନ୍ତ୍ରର କଥା କହିବା ନିଜେ କାଚ ଘରେ ଅନ୍ୟକୁ ଟେକା ଫୋପାଡ଼ିବା ସହ ସମାନ | ଗଣତନ୍ତ୍ରକୁ ହତ୍ୟା କରିଛି କଂଗ୍ରେସ, କଂଗ୍ରେସ ଦଳରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ନାହିଁ | ମୋଦୀ ସରକାର ଓଡିଶାକୁ ଭରପୁର ସମର୍ଥନ କରୁଛନ୍ତି | ମନମୋହନ ସରକାରରେ ଓଡିଶା ପାଇଁ କହିଲେ ଟଙ୍କା କଣ ଗଛରେ ଫଳୁଛି |