ବସିବ କେନ୍ଦ୍ର ମନ୍ତ୍ରୀ ପରିଷଦ ବୈଠକ
ବସିବ କେନ୍ଦ୍ର ମନ୍ତ୍ରୀ ପରିଷଦର ବୈଠକ । ଏପ୍ରିଲ ୨୨ ପହଲଗାଓଁ ହମଲା ଏବଂ ତତପରବର୍ତ୍ତୀ ଅପରେସନ ସିନ୍ଦୂର ପରେ ପ୍ରଥମ ଥର ଲାଗି ଏହି ବୈଠକ ବସୁଛି । ଅପରେସନ ସିନ୍ଦୂରରେ ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀରର ୯ଟି ଟେରର କ୍ଯାମ୍ପରେ ହମଲା କରିଥିଲା ଭାରତ । ଆତଙ୍କବାଦ ବିରୋଧରେ ଭାରତର ଏହି ଜବରଦସ୍ତ ଅପରେସନରେ ଦେଶର ତିନିବାହିନୀ ଦେଖାଇଥିଲେ ଦମ୍। ଅପରେସନ ସିନ୍ଦୂରକୁ ନେଇ ସଂସଦର ସ୍ବତନ୍ତ୍ର ଅଧିବେଶନ ଡାକିବା ଲାଗି ଦାବି କରିଆସୁଛନ୍ତି ବିରୋଧୀ। ଅପରେସନ ସିନ୍ଦୂର ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ଟାର୍ଗେଟ କରିଆସୁଛନ୍ତି।