୬ ରୋଗୀଙ୍କ ଜୀବନ ନେଲା ଭୁଲ୍ ଇଞ୍ଜେକ୍ସନ

ଭୁଲ ଇଞ୍ଜେକ୍ସନ ଯୋଗୁଁ ୬ ଜଣ ରୋଗୀଙ୍କର ମୃତ୍ୟୁ। କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ୬ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି। ଆଇସିୟୁ ସର୍ଜରୀରେ ୪ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ, ୱାର୍ଡରେ ଥିବା ଦୁଇ ରୋଗୀଙ୍କ ମୃତ୍ୟୁ ହୋଇଛି। ଗତକାଲି ୫ ଜଣଙ୍କର ଜୀବନ ଯାଇଥିବା ବେଳେ, ଆଜି ଆଉ ଜଣେ ରୋଗୀଙ୍କର ମୃତ୍ୟୁ ହୋଇଛି। ନର୍ସଙ୍କ ଭୁଲ ଇଞ୍ଜେକସନ ଯୋଗୁଁ ଆଇସିୟୁ ସର୍ଜରୀରେ ଥିବା ୪ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ରୋଗୀଙ୍କ ସମ୍ପର୍କୀୟ। ସୂଚନା ଅନୁସାରେ କୋରାପୁଟ, ବୋରିଗୁମ୍ମା, କଳାହାଣ୍ଡି, ସେମିଳିଗୁଡା, ମାଛରା ଭଳି ବିଭିନ୍ନ ଅଞ୍ଚଳରୁ ଅନେକ ଗୁରୁତର ରୋଗୀ ହସ୍ପିଟାଲର ଆଇସିୟୁ ଏବଂ ସର୍ଜରୀ ଓ୍ବାର୍ଡରେ ଚିକିତ୍ସିତ ହେଉଥିଲେ। ଗତକାଲି ୫ ଜଣଙ୍କ ଓ ଆଜି ଜଣେ ରୋଗୀଙ୍କର ମୃତ୍ୟୁ ହୋଇଛି।
ଆଇସିୟୁ ସର୍ଜରୀରେ ମୃତ୍ୟୁବରଣ କରିଥିବା ରୋଗୀ ହେଲେ ଭଗବାନ ପରଜା, ଶୁକ୍ରା ମାଝି, ରୁକୁଣି ପେଣ୍ଟିଆ ଓ ଜଗନ୍ନାଥ ପୂଜାରୀ। ସେହିପରି ୱାର୍ଡରେ ମୃତ୍ୟୁବରଣ କରିଥିବା ରୋଗୀ ହେଲେ ବତି ଖରା ଓ ଫୁଲମତି ମାଝି। ଓ୍ବାର୍ଡରେ ୨ ମହିଳାଙ୍କର କେଉଁ କାରଣରୁ ମୃତ୍ୟୁ ହେଲା ତାହା ଜଣାପଡିନାହିଁ।

Leave a comment