କିଛି ଦିନ ହେଲା ଧମକ ଦେଉଥିବା ପାକିସ୍ତାନ ସ୍ବର ନରମ ପଡ଼ିଛି । ଯୁଦ୍ଧ ଧମକ ଦେଉଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଆଲୋଚନା କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ପାକ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଭାରତ ସହିତ ଶାନ୍ତି ଆଲୋଚନା ପାଇଁ ପ୍ରସ୍ତାବ ଦେଇଛନ୍ତି। ତେହେରାନରୁ ଦିଆଯାଇଥିବା ଏହି ବିବୃତ୍ତିରେ ସେ କଶ୍ମୀର, ଆତଙ୍କବାଦ, ଜଳ ଏବଂ ବାଣିଜ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କଥାବାର୍ତ୍ତା କରିବାକୁ ଇଚ୍ଛା ପ୍ରକାଶ କରିିଥିବା ଭିଡିଓ ଭାଇରାଲ ହେଉଛି । ଶେହବାଜ ଶରିଫ ଇରାନ ଗସ୍ତ ସମୟରେ ତେହେରାନରେ ଏହି ବୟାନ ଦେଇଛନ୍ତି। ତୁର୍କୀରୁ ତେହେରାନରେ ପହଞ୍ଚିଥିବା ଶେହବାଜ ସେଠାରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଆମେ କଶ୍ମୀର, ଜଳ, ଆତଙ୍କବାଦ ଏବଂ ବାଣିଜ୍ୟ ଭଳି ପ୍ରସଙ୍ଗରେ ଭାରତ ସହିତ କଥାବାର୍ତ୍ତା କରିବାକୁ ପ୍ରସ୍ତୁତ। ଆମେ ପଡ଼ୋଶୀ ଏବଂ ଶାନ୍ତି ଆମର ପ୍ରାଥମିକତା। ଯଦି ଭାରତ ଆମର ଶାନ୍ତି ପ୍ରସ୍ତାବକୁ ଗ୍ରହଣ କରେ, ତେବେ ଆମେ ଆଲୋଚନା ପାଇଁ ପ୍ରସ୍ତୁତ।
Trending
- ନିର୍ମିତ ରୋପୱେ ଭାଙ୍ଗି 6 ମୃତ
- ଆପଣଙ୍କର ଚାରି ଚକିଆ ଯାନ ଅଛି କି? ଆଉ ସୁଭଦ୍ରା ଟଙ୍କା ମିଳିବନି
- ସରକାରୀ ଅଫିସରେ BSNL ନେଟ୍ଓ୍ବର୍କ ବାଧ୍ୟତାମୂଳକ
- ପ୍ରଧାନମନ୍ତ୍ରୀ ଗୁରୁ ଦିବସରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି
- ଜିଏସଟି ସଂସ୍କାର ଦୁଗ୍ଧ ଚାଷୀମାନଙ୍କୁ ସଶକ୍ତ କରିବା ସହ ଗ୍ରାମୀଣ ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବ: ପ୍ରଧାନମନ୍ତ୍ରୀ
- ଗୁରୁ ହିଁ ସାକ୍ଷାତ ଈଶ୍ବର
- ଭାରତ ବନ୍ଦ କରିବ କି ୟୁକ୍ରେନ ଯୁଦ୍ଧ
- ସେପ୍ଟେମ୍ବର 7ରୁ ଆରମ୍ଭ ହେଉଛି ପିତୃପକ୍ଷ
- ଗୁରୁତର ଅଛନ୍ତି ଅଭିଜିତ ମଜୁମଦାର
- GST ସ୍ଲାବରେ ବଡ଼ ପରିବର୍ତ୍ତନ