ପାକିସ୍ତାନୀ ଗୁଇନ୍ଦା ଏଜେଣ୍ଟଙ୍କ ସହ ସମ୍ପର୍କ ରଖିବା କଥା ସ୍ୱୀକାର କଲେ ଜ୍ୟୋତି
ହରିୟାଣାର ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ପାକିସ୍ତାନୀ ଗୁଇନ୍ଦା ଏଜେଣ୍ଟଙ୍କ ସହ ସମ୍ପର୍କ ରଖିବା କଥା ସ୍ୱୀକାର କରିଛନ୍ତି। ଲଗାତାର ତଦନ୍ତ ବେଳେ ସେ ମାନିଛନ୍ତି ସତ । ଜ୍ୟୋତି କହିଛନ୍ତି ଯେ ସେ ନୂଆଦିଲ୍ଲୀରେ ପାକିସ୍ତାନୀ ହାଇକମିସନର ଅଧିକାରୀ ଦାନିଶଙ୍କ ସହ ନିୟମିତ ଯୋଗାଯୋଗରେ ରହିଥିଲେ। ଗଣମାଧ୍ୟମ ସଂସ୍ଥା ଦ୍ୱାରା ପଚରାଉଚରା ବେଳେ ପ୍ରାପ୍ତ ସୂଚନା ଅନୁଯାୟୀ, ଜ୍ୟୋତି କହିଛନ୍ତି ଯେ ସେ ପ୍ରଥମେ ୨୦୨୩ ମସିହାରେ ପାକିସ୍ତାନ ଯାତ୍ରା କରିବା ପାଇଁ ଭିସା ପାଇଁ ହାଇକମିସନକୁ ଯାଇଥିବା ସମୟରେ ଦାନିଶ ଓରଫ ଏହସର ଦାରଙ୍କ ସହ ଯୋଗାଯୋଗରେ ଆସିଥିଲେ। ପହଲଗାମ ଆକ୍ରମଣ ପରେ ପାକିସ୍ତାନ ସହିତ ଉତ୍ତେଜନା ମଧ୍ୟରେ ମେ ୧୩ ତାରିଖରେ ଭାରତ ଦ୍ୱାରା ବହିଷ୍କୃତ କୂଟନୀତିଜ୍ଞଙ୍କ ମଧ୍ୟରେ ଦାନିଶ ମଧ୍ୟ ଥିଲେ।