ମୁଖ୍ୟମନ୍ତ୍ରୀ କହିଛନ୍ତି, ସେକାଳ ପଖାଳ ଆଉ ନାହିଁ। ଆପଣଙ୍କୁ ଯଥେଷ୍ଟ କ୍ଷମତା ଦିଆଯାଇଛି। କାହା ଚାପରେ କାମ କରିବେନି। ଲୋକଙ୍କ ପାଇଁ କାମ କରିବେ। ମୋ ଛୋଟ ବ୍ରେନରେ ସବୁ ସେଭ୍ ହୋଇ ରହିଛି। ଯଦି ପୁରୁଣା ଅଭ୍ୟାସ ରଖିବେ, କିଏ କ୍ଷମା ଦେବ ଆପଣଙ୍କୁ। ମୁଁ କିନ୍ତୁ କ୍ଷମା ଦେବିନି। ଆମ ଲାଇନରେ ସେଟଅପ୍ ଦେବାକୁ ପଡ଼ିବ। ମୁଁ ଆଦିବାସୀ ଲୋକ, ମୋ ସରଳତାକୁ ଦୁର୍ବଳତା ଭାବନ୍ତୁ ନାହିଁ। ମୁଁ ହାର୍ଡ ନିଷ୍ପତ୍ତି ବି ନେଇପାରେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଭୁବନେଶ୍ୱରରେ ଆୟୋଜିତ ଦୁଇ ଦିନିଆ ମୁଖ୍ୟ ଉନ୍ନୟନ ଅଧିକାରୀ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀରେ ସିଡ଼ିଓ ଏବଂ ବିଡ଼ିଓ ଜନପ୍ରତିନିଧିଙ୍କ କଥା ଶୁଣୁ ନଥିବାରୁ ତାଗିଦ୍ କରିଛନ୍ତି ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି ଯେ, ବିଧାୟକ ନୁହେଁ ମୁଖ୍ୟମନ୍ତ୍ରୀଙ୍କୁ ବି ସମ୍ମାନ ଦେଉ ନାହାନ୍ତି ଅଧିକାରୀ ।
Trending
- ଅତିରିକ୍ତ ଏସପି ସ୍ତରରେ ବଡ ଧରଣର ଅଦଳବଦଳ
- ଆସନ୍ତା ୧୧ ତାରିଖରେ ଧନ ଧାନ୍ୟ କୃଷି ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
- ମୁଖ୍ୟମନ୍ତ୍ରୀ ଲୋକଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି : ଭକ୍ତ
- ଦୋଷୀଙ୍କୁ କଠୋର ଦଣ୍ଡ ମିଳିବ : ମୁଖ୍ୟମନ୍ତ୍ରୀ
- ନଭି ମୁମ୍ବାଇ ଏୟାରପୋର୍ଟ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
- ଭାରତୀୟ ବାୟୁସେନା ଦିବସରେ ଶକ୍ତି ଦେଖାଇଲା ବାୟୁ ସେନା
- ଆଜି ରାଜ୍ୟବ୍ୟାପୀ ଓକିଲଙ୍କ କଲମଛାଡ଼ ଆନ୍ଦୋଳନ
- କଟକରେ ସ୍ଵାଭାବିକ ହୋଇଛି ଇଣ୍ଟରନେଟ ସେବା
- ବିଳାସପୁରରେ ଭୂସ୍ଖଳନ ଯୋଗୁଁ ୧୮ ମୃତ , ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ
- କେଜରିୱାଲଙ୍କୁ ମିଳିଲା ସରକାରୀ କ୍ବାର୍ଟର
Prev Post
Next Post