ମନରେଗାରେ ମେସିନ ଦ୍ବାରା କାମ ବନ୍ଦ କର
ପଞ୍ଚାୟତିରାଜ ବିଭାଗକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ମନରେଗାରେ ମେସିନ ଦ୍ବାରା କାମ ବନ୍ଦ କରିବାକୁ କହିଛନ୍ତି । ମେସିନ ନ ଲଗାଇ ଶ୍ରମିକମାନଙ୍କୁ ନିଯୁକ୍ତି କରି କାମ କରିବାକୁ କହିଛନ୍ତି । ଏଥିପାଇଁ ଆଗାମୀ ଦିନରେ ଗାଇଡ଼ଲାଇନ ଅଣାଯିବ ବୋଲି କହିଛନ୍ତି । ବନେଶ୍ୱରରେ ଆୟୋଜିତ ଦୁଇ ଦିନିଆ ମୁଖ୍ୟ ଉନ୍ନୟନ ଅଧିକାରୀ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏଭଳି ମତପୋଷଣ କରିଛନ୍ତି।ମନରେଗାରେ ଶ୍ରମିକଙ୍କୁ ଲଗାଇ କାମ ନ କରି ମେସିନରେ କାମ ହେଉଛି ମଷ୍ଟର ରୋଲ୍ରେ ରାମ, ଦାମ ନାଁ ପକେଇକି କାମ ହେଉଛି । ଯାହାର ନାମ ମଷ୍ଟର ରୋଲ୍ରେ ଅଛି ସେ ମହାବିଦ୍ୟାଳୟର ଲେକ୍ଚର ତ ଆଉ କେଉଁଠି ମେଡ଼ିସିନ ଡାକ୍ତର ବୋଲି ଜଣାପଡ଼ିଛି ବୋଲତ ମୁଖ୍ୟମନ୍ତ୍ରୀ କହିଛନ୍ତି।