ଅନୁଷ୍କା ସାଜିଲେ କ୍ରିକେଟର

ଅନୁଷ୍କା ସାଜିଲେ କ୍ରିକେଟର

ମେଟ୍ରୋ ଟିଭି ଓଡିଶା,୬/୧: ବଲିଉଡରେ ଦୀର୍ଘ ଦିନର ବ୍ୟବଧାନରେ ଓଟିଟି ପ୍ଲାଟଫର୍ମରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ଅନୁଷ୍କା ଶର୍ମା । ଚକଦା ଏକ୍ସପ୍ରେସ ଫିଲ୍ମ ମାଧ୍ୟମରେ ପୁଣି ଆସିବେ ଅଭିନେତ୍ରୀ ଅନୁଷ୍କା । ଗତ କିଛି ବର୍ଷ ହେଲା ପରଦା ଠାରୁ ଦୂରରେ ଥିବା ଅନୁଷ୍କା ଏବେ ପୁଣିଥରେ କମ୍ ବ୍ୟାକ୍ କରିବାକୁ ଯାଉଛନ୍ତି।
ଅନୁଷ୍କା ନିଜ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଚକଦା ଏକ୍ସପ୍ରେସ୍’ର ସୁଟିଂ ଆରମ୍ଭ କରିଛନ୍ତି। ଯେଉଥିରେ ସେ ପ୍ରଥମ ଥର ପାଇଁ କ୍ରିକେଟର ଭୂମିକାରେ ନଜର ଆସିବେ। ଫିଲ୍ମରେ ଅନୁଷ୍କା ପୂର୍ବ କ୍ରିକେଟର ଝୁଲନ୍ ଗୋସ୍ୱାମୀଙ୍କ ଭୂମିକାରେ ଅଭିନୟ କରୁଛନ୍ତି।ଅନୁଷ୍କା ଶର୍ମାଙ୍କ ଏହି ଫିଲ୍ମ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବ। ଏଥିରେ ସେ ବଙ୍ଗାଳୀ ଭାଷାରେ ଏକ ଡାଇଲଗ୍ କହୁଛନ୍ତି- ‘ଜବ ଜର୍ସି ଖୁଦ୍ କେ ନାମ୍ କା ନେହିଁ ତୋ ଫ୍ୟାନ୍ କିସକେ ନାମ୍ କୋ ଫଲୋ କରେଗା, କିନ୍ତୁ ଚିନ୍ତା କରୋନା, ଆଜ ଜର୍ସି ପେ ଅପନା ନାମ ବନା ଲିୟା ଔର କଲ ଅପନା ପେହଚାନ୍ ଭି ବନା ଲେଗା’।
ସୂଚନାଯୋଗ୍ୟ ଯେ ଝୁଲନ୍ ଗୋସ୍ୱାମୀ ମହିଳା ଦିନିକିଆ କ୍ରିକେଟ୍ ଇତିହାସରେ ସବୁଠୁ ଅଧିକ ଓ୍ଵିକେଟ୍ ନେଇଥିବା ବୋଲର ଏବଂ ସାରା ବିଶ୍ୱରେ ଦ୍ୱିତୀୟ ସ୍ପିଡ୍ ବୋଲର। ତାଙ୍କ ଆତ୍ମ ଜୀବନୀକୁ ଅନୁଷ୍କା ଶର୍ମା ପରଦାରେ ଉପସ୍ଥାପନ କରିବେ।