ଆଜି ବିଶ୍ଵ ପଖାଳ ଦିବସ

ଆଜି ପଖାଳ ଦିବସ।ଓଡିଆ ମାନଙ୍କର ପଖାଳ ପ୍ରତି ରହିଥିବା ଆଗ୍ରହ ହେଉଛି ପଖାଳ ଦିବସ । ଏହି ଦିବସର ମହତ୍ଵକୁ  ସମୟକ୍ରମେ ଲୋକମାନେ ମନାଇ ଆସୁଛନ୍ତି । ପଖାଳ ର ଲୋକପ୍ରିୟତାକୁ ଦେଖି ତାରକା ହୋଟେଲ ଗୁଡିକ ମଧ୍ୟ ବ୍ୟବସାୟିକ ଦୃଷ୍ଟି ରଖି ଏହି ଦିବସକୁ ପାଳନ କରୁଛନ୍ତି। ତାରକା ହୋଟେଲରେ କଂସାବେଲାରେ ପଖାଳ ସହିତ ଶୁଖୁଆ ପୋଡା , ବଡିଚୁରା, ଆଳୁ ଭର୍ତ୍ତା, ବାଇଗଡ ପୋଡା ଆଦି ଗ୍ରାହକଙ୍କୁ ପରସାଯାଏ।

ଓଡିଆଙ୍କ ହାଣ୍ଡିଶାଳ ହେଉ କିମ୍ବା ହୋଟେଲ ସବୁଠି ଏବେ ପଖାଳ ର ଚାହିଦା ଅଧିକ। ମହକିବ ଭଳିକି ଭଳି ଭଜା , ପୋଡା, ଏବଂ ତିଅଣର ବାସ୍ନା। ପଖାଳ ଦିବସ କୌଣସି ପୁରାଣ ବା ଇତିହାସରେ ନଥିଲେ ମଧ୍ୟ ଆନୁଷ୍ଠାନିକ ଭାବେ ୨୦୧୧ ମସିହାରୁ ଏହାକୁ ଅତି ଆଡମ୍ବର ସହକାରେ ପାଳନ କରାଯାଉଛି।

ଯାହା ଫଳରେ ଆଉ ଆମେ ସମସ୍ତେ ଏବେ ମାର୍ଚ୍ଚ ୨୦ କୁ ପଖାଳ ଦିବସ ରୂପେ ପାଳନ କରୁଛେ । ସେହିପରି ଆସାମ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ବିହାର, କେରଳ ଓ ତାମିଲନାଡ଼ୁ ସମେତ ପଡ଼ୋଶୀ ବାଂଲାଦେଶରେ ମଧ୍ୟ ଲୋକେ ପଖାଳ ଖାଇ ଥାଆନ୍ତି ।

 

କେବଳ ଓଡ଼ିଶାରେ ରହୁଥିବା ଓଡ଼ିଆ ନୁହଁନ୍ତି ବରଂ ରାଜ୍ୟ ତଥା ଦେଶ ବାହାରେ ରହୁଥିବା ପ୍ରତ୍ୟେକ ଓଡ଼ିଆ ଏହି ଦିନ ପଖାଳ ଖାଇବାକୁ କେବେ ଭୁଲନ୍ତି ନାହିଁ ।  ସୋସିଆଲ ମିଡିଆରେ ବି ଟ୍ରେଣ୍ଡ କରୁଛି ପଖାଳ ଦିବସ । ସେଲିବ୍ରିଟିଙ୍କଠୁ ଆରମ୍ଭ କରି ରାଜନେତା ଆଜି ଖାଉଛନ୍ତି ପଖାଳ  ।  ପରେ ପରେ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି ଫଟୋ ।