କର୍ଣ୍ଣାଟକରେ ଇସ୍ରାଏଲର ମହିଳା ଗଣଦୁଷ୍କର୍ମର ଶିକାର: ବିରୋଧ କରିବାରୁ ଓଡ଼ିଆ ଯୁବକଙ୍କୁ ହତ୍ୟା

କର୍ଣ୍ଣାଟକରେ ଇସ୍ରାଏଲର ଜଣେ ପର୍ଯ୍ୟଟକଙ୍କ ସମେତ ୨ ଜଣ ମହିଳା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ସେମାନଙ୍କ ସହ ଥିବା ଜଣେ ଓଡ଼ିଆ ପର୍ଯ୍ୟଟକଙ୍କୁ ହତ୍ୟା କରାଯାଇଛି। ୟୁନେସ୍କୋ ବିଶ୍ବ ଐତିହ୍ୟସ୍ଥଳ ହାମ୍ପି ନିକଟସ୍ଥ ତୁଙ୍ଗଭଦ୍ରା‌ ଲେଫ୍‌ଟ ବ୍ୟାଙ୍କ କେନାଲ୍‌ ନିକଟରେ ଏହି ଘଟଣା ଘଟିଛି।

ଜଣେ ୨୭ ବର୍ଷୀୟା ଇସ୍ରାଏଲୀ ପର୍ଯ୍ୟଟକ ଏବଂ ୨୯ ବର୍ଷୀୟ ହୋମ୍‌ଷ୍ଟେ ପରିଚାଳିକା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ସେମାନଙ୍କ ସହ ଓଡ଼ିଶା, ଆମେରିକା ଏବଂ ମହାରାଷ୍ଟ୍ରରୁ ୩ ଜଣ ପୁରୁଷ ପର୍ଯ୍ୟଟକ ଥିଲେ।

ତେବେ ଅଭିଯୁକ୍ତମାନେ ପ୍ରଥମେ ୩ ପୁରୁଷ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ କରିଥିଲେ ଏବଂ ସେମାନଙ୍କୁ ତୁଙ୍ଗଭଦ୍ରା କେନାଲ୍‌କୁ ଠେଲି ଦେଇଥିଲେ। ଶନିବାର ସକାଳେ କେନାଲ୍‌ରୁ ଓଡ଼ିଆ ପର୍ଯ୍ୟଟକ ବିଭାସ ନାୟକଙ୍କ ମୃତଦେହ ମିଳିଛି। ବିଭାସଙ୍କ ଘର କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍‌ ଶ୍ରାନିକେତା ପଞ୍ଚାୟତ ତେରାବାଡ଼ି ଗ୍ରାମରେ ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷରେ ଆମେରିକା ପର୍ଯ୍ୟଟକ ଡାନିଏଲ୍‌ ଏବଂ ମହାରାଷ୍ଟ୍ର ପର୍ଯ୍ୟଟକ ପଙ୍କଜ ପହଁରା ଜାଣିଥିବାରୁ ବଞ୍ଚି ଯାଇଛନ୍ତି। ତେବେ ସେମାନେ ଗୁରୁତର ଆହତ ହୋଇଥିବାରୁ ସ୍ଥାନୀୟ ସରକାରୀ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି।