ଭକ୍ତ ଚରଣ ଦାସ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ର ସଭାପତି

ଓଡ଼ିଶା ରାଜନୀତିର ଅନ୍ୟତମ ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି। ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି)ର ସଭାପତିଙ୍କ ଅନୁମୋଦନ ପରେ ସାଧାରଣ ସଂପାଦକ କେସି ବେଣୁଗୋପାଳ ମଙ୍ଗଳବାର ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଏହି ସୂଚନା ଦେଇଛନ୍ତି।

ଓଡ଼ିଶା କଂଗ୍ରେସ୍‌ରେ ଭକ୍ତ ଚରଣ ଦାସ ହେଉଛନ୍ତି ଜଣେ ଜଣାଶୁଣା ନାମ। ତୃଣମୂଳସ୍ତରରେ ସେ କାମ କରିଥିବାରୁ ସଂଗଠନ ଗଢ଼ିବା ନେଇ ତାଙ୍କର ଭଲ ଅଭିଜ୍ଞତା ରହିଛି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଭକ୍ତ ଦାସ ୧୯୫୯ ଜୁନ୍ ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ।

ଭବାନୀପାଟଣାରେ ହିଁ ସେ ସ୍ନାତକ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ। ଏହା ପରେ ସମ୍ବଲପୁରସ୍ଥିତ ଲାଲଲଜପତ ରାୟ ଆଇନ୍ ମହାବିଦ୍ୟାଳୟରେ ଏଲ୍ଏଲ୍ବି ପଢ଼ିଥିଲେ। ଭକ୍ତ ଦାସ ହେଉଛନ୍ତି ଜଣେ ଜଣାଶୁଣା ରାଜନୀତିଜ୍ଞ ସହିତ ଆଇନଜୀବୀ ଓ ସମାଜସେବୀ।

ଏହା ପରେ ସେ ଆଉ ପଛକୁ ଫେରିନଥିଲେ। ୧୯୮୫ ମସିହାରେ ଜନତା ପାର୍ଟି ଟିକେଟ୍‌ରେ ଭବାନୀପାଟଣାରୁ ବିଧାୟକ ହୋଇଥିଲେ।

୧୯୮୯ ଡିସେମ୍ବର ୭ରେ ବିଧାୟକ ପଦବିରୁ ଇସ୍ତଫା ଦେଇଥିଲେ। କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀରୁ ସେ ୧୯୮୯, ୧୯୯୬ ଓ ୨୦୦୯ରେ ସାଂସଦ ହୋଇଥିଲେ।