ଓଡ଼ିଶାରେ ବିଜେପି ର ସଭାପତି କିଏ ହେବ। ପ୍ରଥମଥର ପାଇଁ ସରକାର ଗଠନ କରିଥିବାରୁ ପାର୍ଟିର ଶୀର୍ଷ ନେତୃତ୍ବ ଓ ଆର୍ଏସ୍ଏସ୍ ଏହାର ସଦୁପଯୋଗ କରିବାକୁ ଚାହୁଛି। ବିଜେପି କିପରି ବହୁବର୍ଷ ଓଡ଼ିଶାରେ ଶାସନ କରିବ ସେନେଇ ରଣନୀତି ପ୍ରସ୍ତୁତ କରିବାକୁ କୁହାଯାଇଛି। କିନ୍ତୁ ସରକାର ଓ ସଂଗଠନ ମଧ୍ୟରେ ତାଳମେଳ ରହୁନି।
ବର୍ତ୍ତମାନର ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ପୁଣି ସଭାପତି କରିବାକୁ କେତେକ ସାଂସଦ ଓ ମନ୍ତ୍ରୀ ଲବି କରୁଥିବାବେଳେ ମନମୋହନଙ୍କ ବଦଳରେ ନୂଆ ଚେହେରା ଆଣିବାକୁ ଆଉ କେତେକ ସାଂସଦ, ମନ୍ତ୍ରୀ, ବିଧାୟକ, ଦଳର ସଙ୍ଗଠନ ଦାୟିତ୍ବରେ ଥିବା ନେତା ଲବି ଚଳାଇଛନ୍ତି। ଦଳ ଭିତରେ ସଭାପତି ଚୟନକୁ ନେଇ ବିବାଦ ଏତେ ବଢ଼ିଯାଇଛି ଯେ ଶେଷରେ ଆର୍ଏସ୍ଏସ୍ର ସରସଂଘଚାଳକ ମୋହନ ଭାଗବତଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଛି। ଫୋନ୍ରେ ବିବାଦ ସମାଧାନ ନ ହେବାରୁ ମୋହନ ଭାଗବତ ଏବେ ୫ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି।
ସଂଗଠନକୁ ସୁଦୃଢ କରିବାକୁ ଆର୍ଏସ୍ଏସ୍ ମୁଖ୍ୟ ସାଙ୍ଗଠନିକ ଅଦଳବଦଳ ନେଇ ପୂରା ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ଆସୁଛନ୍ତି। ପୂର୍ବ ଭାରତରେ ଓଡ଼ିଶାରେ ହିଁ ଆର୍ଏସ୍ଏସ୍ ଓ ବିଜେପିର ସଙ୍ଗଠନକୁ ଅଧିକ ମଜଭୁତ୍ କରିବାକୁ ଲକ୍ଷ୍ୟ ରଖାଯାଇଛି। ଦଳର ରାଜ୍ୟ ସଭାପତି ବାଛିବାରେ ଦଳ କି ଆର୍ଏସ୍ଏସ୍ କୌଣସି ସାଲିସ୍ କରିବାକୁ ଚାହୁନି।