ହିନ୍ଦୁଙ୍କ ଉପରେ ୨୨୦୦ ଆକ୍ରମଣ

ୟୁନୁସ ସରକାର ମାନୁନାହାଁନ୍ତି । ହିନ୍ଦୁଙ୍କ ଉପରେ ମୁସଲମାନମାନେ ଆକ୍ରମଣ କରୁଛନ୍ତି । ଅନେକ ଲୋକଙ୍କ ଜୀବନ ଯାଇଛି । ବାଂଲାଦେଶରେ ହିନ୍ଦୁ ଓ ଅନ୍ୟ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର ବଢ଼ିଚାଲିଛି ବୋଲି ସଂସଦରେ ଆଲୋଚନା ବେଳେ ଭାରତ ସରକାର ତଥ୍ୟ ପ୍ରଦାନ କରିଛନ୍ତି ।

ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଇସ୍ତଫା ପରେ ବାଂଲାଦେଶରେ ହିନ୍ଦୁମାନଙ୍କ ବିରୋଧରେ ପ୍ରବଳ ହିଂସା ହେଉଛି । ଲୋକଙ୍କ ଧନଜୀବନ ନଷ୍ଟ ହୋଇଛି ।   ହଜାର ହଜାର ହିଂସାକାଣ୍ଡ ଘଟିଛି। ବାଂଲାଦେଶ ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସ୍ କିନ୍ତୁ ଏନେଇ ମତ ଦେଉନାହାଁନ୍ତି ।

ହିଂସାକାଣ୍ଡ କାହିଁକି ହେଉଛି କିପରି ରୋକାଯିବ ସେ ନେଇ ସେଠାକାର ସରକାର ଚୁପ ରହୁଛନ୍ତି ।  ହିଂସାକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଇନାହାଁନ୍ତି ସରକାର ।  ଭାରତ ସରକାର ହିଂସା ଉପରେ ବାଂଲାଦେଶର ମିଛକୁ ପଦାରେ ପକାଇଛନ୍ତି।

ସଂସଦରେ ଏକ ପ୍ରଶ୍ନର ଉତ୍ତରରେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂହ କହିଛନ୍ତି ଯେ ଚଳିତ ବର୍ଷ ଡିସେମ୍ବର ୮ ତାରିଖ ସୁଦ୍ଧା ବାଂଲାଦେଶରେ ହିନ୍ଦୁଙ୍କ ସମେତ ସଂଖ୍ୟାଲଘୁଙ୍କ ବିରୋଧରେ ୨୨୦୦ ଆକ୍ରମଣ ହୋଇଥିବା ବେଳେ ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ପାକିସ୍ତାନରେ ହିନ୍ଦୁଙ୍କ ଉପରେ ୧୧୨ଟି ଆକ୍ରମଣ ହୋଇଛି।  ବାଂଲାଦେଶ ପାକିସ୍ତାନ ଅପେକ୍ଷା ହିନ୍ଦୁମାନଙ୍କ ପ୍ରତି ଅଧିକ ନିଷ୍ଠୁରତା ଦେଖାଉଥିବା ବେଳେ ଏହାକୁ ନେଇ ବିଶ୍ବବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଛି।

ବିଦେଶ ରାଷ୍ଟ୍ରମନ୍ତ୍ରୀ ସିଂହ ସଂସଦରେ ତଥ୍ୟ ଉପସ୍ଥାପନ କରି କହିଛନ୍ତି ଯେ ୨୦୨୨ମସିହାରେ ବାଂଲାଦେଶରେ ହିନ୍ଦୁ ଓ ଅନ୍ୟ ସଂଖ୍ୟାଲଘୁଙ୍କ ବିରୋଧରେ ୪୭ଟି ଆକ୍ରମଣ ହୋଇଥିବା ବେଳେ ପାକିସ୍ତାନରେ ଏହି ସଂଖ୍ୟା ୨୪୧ ଥିଲା। ଏହା ପରେ ୨୦୨୧ରେ ବାଂଲାଦେଶରେ ୩୦୨ ଓ ପାକିସ୍ତାନରେ ୧୦୩ ମାମଲା ସାମ୍ନାକୁ ଆସିଥିଲା। ସେହିପରି ଚଳିତ ବର୍ଷ ବାଂଲାଦେଶରେ ହିନ୍ଦୁଙ୍କ ବିରୋଧରେ ହିଂସା ବଢ଼ିବାରେ ଲାଗିଛି। ୨୦୨୪ ଡିସେମ୍ବର ୮ ସୁଦ୍ଧା ବାଂଲାଦେଶରେ ସଂଖ୍ୟାଲଘୁଙ୍କ ବିରୋଧରେ ୨୨୦୦ ହିଂସାକାଣ୍ଡ ଘଟିଥିବା ବେଳେ ପାକିସ୍ତାନରେ ଏହି ସଂଖ୍ୟା ୧୧୨ ରହିଛି।