ରାଜ୍ୟସଭାରେ ଆଜି ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଏବଂ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ ମୁହାଁମୁହିଁ ହୋଇଛନ୍ତି। ଧନଖଡ଼ କହିଥିଲେ ଯେ ସେ ଜଣେ କୃଷକଙ୍କ ପୁଅ। ବିରୋଧୀ ଦଳଙ୍କ ଅନାସ୍ଥା ପ୍ରସ୍ତାବରେ ସେ ଦବିଯିବେ ନାହିଁ। ବିରୋଧୀ ଦଳ ନିକଟରେ ଅନାସ୍ଥା ପ୍ରସ୍ତାବ ଆଣିବା ଅଧିକାର ରହିଛି। କିନ୍ତୁ ସେମାନେ ସମ୍ବିଧାନକୁ ଅପମାନିତ କରୁଛନ୍ତି ବୋଲି ଧନଖଡ଼ ଅଭିଯୋଗ କରିଛନ୍ତି। ଉଲ୍ଲେଖଯୋଗ୍ୟ ବିରୋଧୀ ରାଜ୍ୟସଭା ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ନୋଟିସ ଦେବା ପରେ ବିଜେପି ଏହାକୁ ସମାଲୋଚନା କରିଛି। ଅନ୍ୟପକ୍ଷରେ ଖଡ଼ଗେ କହିଛନ୍ତି ଆପଣ ଅନ୍ୟ ଦଳର ସଦସ୍ୟମାନଙ୍କ ବିରୋଧରେ କହିବା ପାଇଁ ବିଜେପି ସଦସ୍ୟମାନଙ୍କୁ ଉତ୍ସାହିତ କରୁଛନ୍ତି। ଆପଣଙ୍କ ଅପେକ୍ଷା ମୁଁ ଅଧିକ ଆହ୍ବାନର ସମ୍ମୁଖୀନ ହୋଇଛି। ଆପଣ ଆମ ଦଳର ନେତାମାନଙ୍କୁ ଏବଂ କଂଗ୍ରେସ ଦଳକୁ ଅପମାନିତ କରୁଛନ୍ତି। ଅଧ୍ୟକ୍ଷଙ୍କ ବିରୋଧରେ ବିରୋଧୀଦଳଗୁଡ଼ିକ ପକ୍ଷରୁ ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ଦିଆଯାଇଥିବା ନୋଟିସ ପସଙ୍ଗକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରବଳ କଥା କଟାକଟି ହୋଇଛି।
Trending
- ଗୁରୁବାର ପାଇଁ ସରିଲା ରଥଟଣା,ନନ୍ଦିଘୋଷ ରଥ ଚକେ ଗଡ଼ିଲା
- ବିନା ଟାହିଆରେ ବଡ଼ଦାଣ୍ଡକୁ ଓହ୍ଲାଇଲେ କାଳିଆ ସାଆନ୍ତ,ଚାରିଆଡ଼େ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି
- ରଥଯାତ୍ରାରେ ଅଘଟଣ , ମରିଚିକୋଟ ଛକରେ ଦଳାଚକଟାରେ ଜଣେ ମୃତ,150 ଆହତ
- ଦନ୍ଦିଘୋଷ ରଥରେ ବିରାଜମାନ କାଳିଆ ସାଆନ୍ତ, କଳା ଶ୍ରୀମୁଖକୁ ଚାହିଁ ଭାବ ବିହ୍ବଳ ହେଉଛନ୍ତି ଭକ୍ତ
- ସୁଦର୍ଶନଙ୍କ ପହଣ୍ଡି ପଛକୁ ପଛ ଆରମ୍ଭ ହୋଇଛି ପ୍ରଭୁ ଶ୍ରୀବଳଭଦ୍ରଙ୍କ ଗୋଟି ପହଣ୍ଡି ,ଅପେକ୍ଷାରତ ତାଳଧ୍ବଜରେ ହେଲେ ରଥାରୂଢ
- ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅବସରରେ ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ପହଣ୍ଡି ବିଜେ
- ଆସନ୍ତାକାଲି ସକାଳ ସୁଦ୍ଧା ପୁରୀର କେତେକ ଅଞ୍ଚଳରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା,ପୁରୀକୁ ରେଡ ୱାର୍ଣ୍ଣିଂ ଜାରି
- ନୋଏଡା ମମୁରା ଗାଁରେ ଏକ ବହୁ ମହଲା ବିଲିଡିଂରେ ଭୟଙ୍କର ଅଗ୍ନିକାଣ୍ଡ,୨ ମୃତ
- ପାରାଦୀପ-ହରିଦାସପୁର ରେଳଲାଇନର ହେବ ଦୋହରୀକରଣ
- ଆସନ୍ତାକାଲି ପବିତ୍ର ଘୋଷଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ପ୍ରକାଶ ପାଇଛି,୪ଟାରୁ ଆରମ୍ଭ ହେବ ରଥଟଣା