ବିବାଦୀୟ ଜମିରେ ଅର୍ଦ୍ଧନିର୍ମିତ ଆପାର୍ଟମେଣ୍ଟ କାମ ବନ୍ଦ କଲା ବିଏମସି
ଭୁବନେଶ୍ୱର ପଟିଆରେ ବିବାଦୀୟ ଜମିରେ ଅର୍ଦ୍ଧନିର୍ମିତ ଆପାର୍ଟମେଣ୍ଟ କାମ ବନ୍ଦ କଲା ବିଏମସି । ଅରବାନ ମାଜେଷ୍ଟିକ ନିର୍ମାଣକୁ ତୁରନ୍ତ ବନ୍ଦ କରିବାକୁ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ (ବିଏମସି) ନିର୍ଦ୍ଦେଶ ଦେଇଛି।
ବିଏମସିର ସିଭିକ ବଡି ପ୍ରଥମେ ବହୁମୁଖୀ ଆପାର୍ଟମେଣ୍ଟ କୋଠା ନିର୍ମାଣ ପାଇଁ ଜାନୁଆରୀ 2, 2024 ରେ ନିର୍ମାଣ ଯୋଜନାର ଅନୁମତି ଦେଇଥିଲା। ପ୍ଲଟ୍ ନଂ 309/1694, ଖାତା ନଂ 474/5, ମଉଜା, ପାଟିଆ ଅଧୀନରେ ଏହି ଜମି ରହିଛି । ଫଳରେ M / s “Paltronics Allied Industries Pvtକୁ ଏନେଇ ଝଟକା ଲାଗିଛି ।
ରାଜ୍ୟ ସରକାରଙ୍କ ଜିଏ ଏବଂ ପିଜି ବିଭାଗ ତରଫରୁ ଏକ ଚିଠି ପରେ ବିଏମସି କମିଶନର ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜିଏ ଏବଂ ପିଜି ବିଭାଗ ମଧ୍ୟ ଭୁବନେଶ୍ୱରର ତହସିଲଦାରଙ୍କୁ ସ୍ଥିତିବାନକୁ ପଟ୍ଟା ରେ ରେକର୍ଡ ଅଫ୍ ରାଇଟ୍ସ ସଂଶୋଧନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ଜମି ଶିଳ୍ପ ଉଦ୍ଦେଶ୍ୟରେ ଲିଜ୍ ଦିଆଯାଇଥିଲା, କିନ୍ତୁ କିସମର ବେଆଇନ ରୂପାନ୍ତର ହୋଇଥିଲା | ବିଏମସି କମିଶନର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଅନୁଧ୍ୟାନ ନହେଲା ପର୍ଯ୍ୟନ୍ତ ଅନୁମୋଦନ ବାତିଲ କରିବାକୁ ଯୋଜନା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।
ବିଏମସି କମିଶନର ଗୁରୁତ୍ୱାରୋପ କରିଛନ୍ତି ଯେ ବିବାଦୀୟ ଜମିରେ କୈାଣସି ନିର୍ମାଣ ହେବାକୁ ଅନୁମତି ଦିଆଯାଇପାରିବ ନାହିଁ।