ଶ୍ରୀଜଗନ୍ନାଥଙ୍କ ଜମି ଜବରଦଖଲକାରୀଙ୍କ କବଳରେ: ଏବେ ଦିଆଯିବ ଏତଲା
ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମରେ ଥିବା ଜମି ବିକ୍ରି ହେଉଛି । କିଏ ପ୍ଲଟ କରି ବିକୁଛି । କିଏ ସେମିତି ବିକିଦେଉଛି । ଅନେକ ଘର କରି ରହିଲେଣି । କିଏ ଚାଷ କରୁଛି । ତେବେ ବେଆଇନ୍ ଭାବରେ ଜବରଦଖଲକାରୀ ବିରୋଧରେ ଏତଲା ଦିଆଯିବ ବୋଲି ସରକାର କହିଛନ୍ତି ।
ପୁରୀ ମାଟିତୋଟା ମୌଜାରେ ଥିବା ଶ୍ରୀ ଜଗନ୍ନାଥଙ୍କ ଜମି ବେଆଇନ ଭାବେ ଜବରଦଖଲ କରି ହସ୍ତାନ୍ତର ଉଦ୍ୟମ ହୋଇଥିବା ଶ୍ରୀମନ୍ଦିର ପ୍ରଶାସନ ନଜରକୁ ଆସିବା ପରେ ଏତଲା ଦିଆଯିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି । ଏନେଇ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବାସେଳୀସାହି ଥାନାରେ ଏତଲା ଦାଖଲ ଦିଆଯାଇଛି ।
ମୌଜା- ମାଟିତୋଟା ୟୁନିଟ୍ ନଂ-୧, ଖାତା ନମ୍ବର-୩୮ ର ସମୁଦାୟ ୧୦୯ ଟି ପ୍ଲଟର ଏହି ଜମିକୁ ବେଆଇନ୍ ଜବର ଦଖଲ ହୋଇଥିବା ସୂଚନା ରହିଛି l ଏହା ଉପରେ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କୁ ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ତେବେ ପୁରୀ , ଖୋର୍ଧା ଜିଲ୍ଲା, ନୟାଗଡ଼ ଜିଲ୍ଲାରେ ମଧ୍ୟ ଏପରି ଚାଲିଛି । ସେଠାରେ ମଧ୍ୟ ଥାନାରେ ମାମଲା ଗ୍ରହଣ କରିବାକୁ ସରକାର ଚିନ୍ତା କରୁଛନ୍ତି ।