୧୨ ଦିନ ପରେ ଝାଡ଼ଖଣ୍ଡରେ ଆସିବ ବିଜେପି ସରକାର
ଝାଡ଼ଖଣ୍ଡ ନିର୍ବାଚନ ପ୍ରଚାର ସରିଛି । ପ୍ରଚାରରେ ଓଡ଼ିଶା ବିଜେପି ନେତାମାନେ ପ୍ରଚାର କରିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଷଢ଼େଇକଳାରେ ରଣହୁଙ୍କାର ଦେଇ ବିଜେପି ସରକାର ଏଥର ଆସିବ ବୋଲି କହିଛନ୍ତି ।
ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଜେଏମ୍ଏମ୍ର ହେମନ୍ତ ସୋରେନ୍ ଓ କଂଗ୍ରେସ ମେଣ୍ଟ ସରକାର ଆଉ ବେଶୀ ଦିନ ସରକାର କରିବ ନାହି । ଲୋକମାନେ ସରକାରକୁ ଟାଟା ବାଏ ବାଏ କହିବେ ।
ବିଜେପି ଜିତିବ । ଆଉ ଚମ୍ପାଇ ସୋରେନ୍ ଜିତିବେ । ଜେଏମ୍ଏମ୍ ସରକାରର ଏକ୍ସପାଏରୀ ତାରିଖ ଓ ନୂଆ ସରକାର ଗଠନ ତାରିଖ ମଧ୍ୟ ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ଷଢ଼େଇକଳା ନିର୍ବାଚନ ମଣ୍ଡଳୀର ରାଜନଗର ଫୁଟ୍ବଲ୍ ପଡ଼ିଆରେ ଆୟୋଜିତ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ୧୨ ଦିନ ପରେ ଝାରଖଣ୍ଡରେ ଚାଲିଥିବା ଦୁର୍ନୀତିଗ୍ରସ୍ତ ସରକାରକୁ ଟାଏ ଟାଏ ବାଏ ବାଏ କହି ବିଦାୟ ଦେବା।
ଆଉ ଏଠାରେ ବିଜେପି ସରକାର ଗଠନ କରିବା ନେଇ କହିଛନ୍ତି ମୋହନ ମାଝୀ । ନଭେମ୍ୱର ୨୩ ତାରିଖରେ ଝାରଖଣ୍ଡରେ ନୂଆ ସକାଳ ଆସିବ। ନୂଆ ସରକାର ଗଠନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏଠାକାର ବିଧାୟକ ପ୍ରାର୍ଥୀ ଚମ୍ପାଇ ସୋରେନଙ୍କ ବଡ଼ ଭୂମିକା ଦେବେ। ତେଣୁ ଚମ୍ପାଇଙ୍କୁ ବଡ଼ ବ୍ୟବଧାନରେ ବିଜୟୀ କରାଇ ଝରଖଣ୍ଡ ବିଧାନସଭାକୁ ପଠାଇବା ପାଇଁ ଅପିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀ।