ନେତା-ମନ୍ତ୍ରୀଙ୍କ ଲିଖିତ ସୁପାରିଶ ଆଣି ନିଜର ବଦଳି ଓ ପଦୋନ୍ନତି ପାଇଁ ଚାପ ପକାଇବା ଏଣିକି ସରକାରୀ କର୍ମଚାରୀଙ୍କୁ ମହଙ୍ଗା ପଡ଼ିବ। ମୁଖ୍ୟ ସଚିବ ଆଜି ସମସ୍ତ ବିଭାଗୀୟ ସଚିବ ଓ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ସରକାରୀ କର୍ମଚାରୀମାନଙ୍କ ଦ୍ୱାରା ବଦଳି ଓ ନିଯୁକ୍ତି ପାଇଁ ପକାଯାଉଥିବା ଅଯଥା ପ୍ରଭାବ ଓ ଚାପ ଉପରେ କଟକଣା ଜାରି କରିଛନ୍ତି। ଏହା ସହିତ ଏହି ଗାଇଡଲାଇନର ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ପାଇଁ ସଚିବ ଓ ଜିଲ୍ଲାପାଳମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ସଚିବ ତାଙ୍କ ଚିଠିରେ ଲେଖିଛନ୍ତି, କିଛି ସରକାରୀ କର୍ମଚାରୀ ନିଜର ବଦଳି କିମ୍ବା ନିଯୁକ୍ତି ପାଇଁ ବାହ୍ୟ ଚାପ ପକାଇବାକୁ ପ୍ରୟାସ କରୁଛନ୍ତି। ଏଭଳି ଅଭ୍ୟାସ ‘ଓଡ଼ିଶା ଗଭର୍ଣ୍ଣମେଂଟ ସର୍ଭ୍ୟାଣ୍ଟ କଣ୍ଡକ୍ଟ ରୁଲସ୍-୧୯୫୯ର ରୁଲ-୨୩ର’ ସିଧାସଳଖ ଉଲ୍ଲଘଂନ।
Trending
- ଲାଲକିଲ୍ଲାରେ ଶକ୍ତିଶାଳୀ ବିସ୍ଫୋରଣ, 8 ମୃତ ଅନେକ ଲୋକ ଆହତ
- ବିହାର ବିଧାନସଭାର ନିର୍ବାଚନ : ମହିଳା ମତଦାତାଙ୍କ ଉପରେ ଧ୍ୟାନ କେନ୍ଦ୍ରିତ
- ନିରବ ଅବଧି ସମୟରେ ନୂଆପଡ଼ାରେ ନିୟମର ଉଲ୍ଲଂଘନ କରିଛି ବିଜେପି – ନବୀନ
- ଆଜି ମାଣ୍ଡିଆ ଦିବସ
- ଅନ୍ୟ ଜିଲ୍ଲାରୁ କୌଣସି ଇଭିଏମ୍ ଆସିନାହିଁ – ମୁଖ୍ୟ ନିର୍ବାଚନ ଅଧିକାରୀ
- ନୂଆପଡ଼ା ଉପନିର୍ବାଚନ ପାଇଁ ସରିଲା ପ୍ରଚାର,ନ୍ଧ୍ୟା ୪ ଟାରୁ ଆରମ୍ଭ ହୋଇଛି ସାଇଲେନ୍ସ ପିରିୟଡ
- ନୂଆପଡ଼ାରେ ମେଡିକାଲ୍ କଲେଜ୍ କରିବୁ, ବିକାଶର ଆଗଧାଡ଼ିରେ ରହିବ ନୂଆପଡ଼ା – ମନମୋହନ ସାମଲ
- ନୂଆପଡ଼ା ଉପନିର୍ବାଚନ ଲାଗି ଚାଲିଥିବା ପ୍ରଚାର ଆଜି ଅପରାହ୍ଣ ୪ଟାରେ ସରିବ, ତିନି ରାଜନୈତିକ ଦଳ ପ୍ରାର୍ଥୀଙ୍କ ପକ୍ଷରୁ ଜୋରଦାର ପ୍ରଚାର
- ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଆଜି ପ୍ରଚାର ଶେଷ
- ବାଲିଯାତ୍ରାର ବଢ଼ୁଛି ଭିଡ଼, ଦୋଳି ଖେଳ ପାଖରୁ ଆରମ୍ଭ କରି ଜଳପରୀ ସବୁର ମଜା ନେଉଛନ୍ତି ଲୋକେ