ଶାହାରୁଖ ଖାନଙ୍କୁ ହତ୍ୟା ଧମକ ଦେଇଛି ଫୈଜାନ
ଶାହାରୁଖ ଖାନଙ୍କୁ ହତ୍ୟା ଧମକ ଦେଇଛି ଫୈଜାନ । ଟଙ୍କା ବି ମାଗିଛି । ସଲମାନ ଖାନଙ୍କ ପରେ ଶାହାରୁଖ ଖାନଙ୍କୁ ହତ୍ୟା ଧମକ ମିଳିଛି । ଶାହାରୁଖ ଖାନଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି ଜଣକ ଛତିଶଗଡର ରାୟପୁରର ବୋଲି ଜଣାପଡିଛି । ଆଇପିସି ଧାରା 308(4), 351(3)(4) ଅନୁଯାୟୀ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି ।

ଛତିଶଗଡର ରାୟପୁରରୁ ଏହି ଧମକ ଶାହାରୁଖ ଖାନଙ୍କୁ ମିଳିଥିବା କୁହାଯାଉଛି । ରାୟପୁରର ଫୈଜାନ୍ ନାମକ ଜଣେ ବ୍ୟକ୍ତି ଏହି ଧମକ ଦେଇଥିବା କୁହାଯାଉଛି । ଏଥିସହ ବ୍ୟକ୍ତି ଜଣକ 50 ଲକ୍ଷ ଟଙ୍କା ମଧ୍ୟ ଦାବି କରିଛି । ତେବେ କିଙ୍ଗ ଖାନଙ୍କୁ ହତ୍ୟା ଧମକ ମିଳିବା ପରେ ତୁରନ୍ତ ମୁମ୍ବାଇର ବାନ୍ଦ୍ରା ପୋଲିସ ମାମଲା ରୁଜୁ କରିଥିଲା । ମୁମ୍ବାଇ ପୋଲିସ ଟିମ ସଙ୍ଗେସଙ୍ଗେ ଛତିଶଗଡ଼ ପହଞ୍ଚିଛି ଏବଂ ଘଟଣାର ତଦନ୍ତ ଜୋର୍ କରିଛି ।