ଆମେରିକା ରାଷ୍ଟ୍ରପତି ନିର୍ବାଚନ:ଟ୍ରମ୍ପ ଆଗରେ

ୱାସିଂଟନ: ଆମେରିକା ନିର୍ବାଚନରେ ଟ୍ରମ୍ପ ଆଗରେ । ଭୋଟ ଗଣତି ଚାଲିଛି ।  ଡେମୋକ୍ରାଟିକ୍ ପ୍ରାର୍ଥୀ କମଳା ‌ହାରିସ୍ ଏବଂ ତାଙ୍କ ରିପବ୍ଲିକାନ୍ ପ୍ରତିଦ୍ୱନ୍ଦ୍ୱୀ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିଛି।  ରାଷ୍ଟ୍ରପତି ନିର୍ବାଚନର ଭାଗ୍ୟ ନିର୍ଦ୍ଧାରଣ କରୁଥିବା ୭ଟି ‘ସ୍ବିଙ୍ଗ୍‌ ଷ୍ଟେଟ୍‌’ (ଉଭୟ ଦଳ ପ୍ରତି ପ୍ରାୟ ସମାନ ସମର୍ଥନ ଥିବା ରାଜ୍ୟ) ଉପରେ ସମସ୍ତଙ୍କ ନଜର ରହିଛି। ଆମେରିକା-କାନାଡା ସୀମାରେ ଥିବା ଏକ ଛୋଟ ସହର ନ୍ୟୁ ହାମ୍ପସାୟାର ଟାଉନ୍‌ସିପରେ ପ୍ରଥମ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା ଏବଂ ସମଗ୍ର ଦେଶରେ ଭୋଟ୍‌ ଗ୍ରହଣ ପ୍ରକ୍ରିୟା ବୁଧବାର ପୂର୍ବାହ୍ନ ୧୦ଟା ୩୦ (ଭାରତୀୟ ସମୟ)ରେ ଶେଷ ହେବ।