ଗମ୍ଭୀରଙ୍କ ପାଇଁ ଚ୍ୟାଲେଂଜ ତୃତୀୟ ଟେଷ୍ଟ
ଦୁଇଟି ଟେଷ୍ଟ ହାରିବା ପରେ ଏବେ ଗମ୍ଭୀରଙ୍କ ପାଇଁ ଅଡ଼ୁଆ ବଢ଼ିଛି । ନ୍ୟୁଜିଲାଣ୍ଡ ସହ ତୃତୀୟ ଟେଷ୍ଟରେ ଭାରତ ପରାଜିତ ହେଲେ ତାଙ୍କ ସହ ବିସିସିଆଇ କିଛି ବି ନିଷ୍ପତ୍ତି ନେଇପାରେ । ନଭେମ୍ବର ୮ରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୪ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ ଅଭିଯାନ ଆରମ୍ଭ କରିବ ଭାରତ। ତେବେ ଏହି ସିରିଜ ପାଇଁ ଭାରତୀୟ ଦଳର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଦଳ ସହ ଦକ୍ଷିଣ ଆଫ୍ରିକା ଗସ୍ତ କରିବେ ନାହିଁ। ତାଙ୍କ ସ୍ଥାନରେ ଭିଭିଏସ୍ ଲକ୍ଷ୍ମଣ ଏହି ସିରିଜରେ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ୱ ତୁଲାଇବେ। ବାସ୍ତବରେ ବର୍ଡର ଗାଭାସ୍କର ଟ୍ରଫି ପାଇଁ ଭାରତୀୟ ଟେଷ୍ଟ ଦଳ ସହିତ ଅଷ୍ଟ୍ରେଲିଆ ଗସ୍ତ କରିବେ ଗମ୍ଭୀର। ସେଥିପାଇଁ ଦକ୍ଷିଣ ଆଫ୍ରିକା ଯାଉଥିବା ଦଳରେ ଗମ୍ଭୀରଙ୍କ ସ୍ଥାନରେ ଲକ୍ଷ୍ମଣଙ୍କୁ ଗୁରୁଦାୟିତ୍ୱ ମିଳିଛି। ଦକ୍ଷିଣ ଆଫ୍ରିକାରେ ଭାରତ ଯଥାକ୍ରମେ ୮, ୧୦, ୧୩ ଏବଂ ୧୫ ନଭେମ୍ବରରେ ଡର୍ବାନ୍, ଗାବେରା, ସେଞ୍ଚୁରିଅନ୍ ଏବଂ ଜୋହାନ୍ସବର୍ଗରେ ୪ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ ଖେଳିବ।