ଜମ୍ମୁ-କଶ୍ମୀରରେ ସେନା ଗାଡ଼ି ଉପରେ ପୁଣି ଆତଙ୍କବାଦୀ ଆକ୍ରମଣ

ଜମ୍ମୁ-କଶ୍ମୀରରେ ସେନା ଗାଡ଼ି ଉପରେ ପୁଣି ଆତଙ୍କବାଦୀ ଆକ୍ରମଣ କରିଛନ୍ତି ।  କିଛି ସନ୍ଦିଗ୍ଧ ଆତଙ୍କବାଦୀ ଆଜି ଅଖନୁର ସେକ୍ଟରରେ ଏକ ଆର୍ମି ଗାଡ଼ି ଉପରକୁ ଗୁଳି ମାଡ଼ କରିଛନ୍ତି। ଏଥିରେ କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ ।  ସେନା ପକ୍ଷରୁ ମିଳିତ ଭାବେ ସର୍ଚ୍ଚ ଅପରେସନ ଚାଲିଛି । ଆତଙ୍କବାଦୀ ଲୁଚିଥିବା ସନ୍ଦେହରେ ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ କରାଯାଉଛି। ଆଜି ସକାଳେ ଯବାନମାନେ ଏକ ଗାଡ଼ିରେ ଯାଉଥିଲେ। ଅଖନୁର ସେକ୍ଟେରର ବାଟା ଅଞ୍ଚଳରେ ସକାଳ ପ୍ରାୟ ୭ଟା ସମୟରେ ସେନା ଗାଡ଼ି ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ। ସୌଭାଗ୍ୟବଶତଃ ଯବାନମାନେ ରକ୍ଷା ପାଇଯାଇଛନ୍ତି। କିନ୍ତୁ ଆକ୍ରମଣ ପରେ ସୁରକ୍ଷା ବାହିନୀ ତୁରନ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ତଲାସୀ ଆରମ୍ଭ କରି ଦେଇଛନ୍ତି।

ଗତ ସପ୍ତାହ ମଧ୍ୟରେ ସୀମାରେ ଆତଙ୍କୀ ହମଲା ବଢି ଯାଇଛି। ବିଶେଷ କରି ସାଧାରଣ ନାଗରିକଙ୍କୁ ଟାର୍ଗେଟ କରୁଛନ୍ତି ଆତଙ୍କବାଦୀ। ଏଥିରେ ଦୁଇ ଜଣ ଯବାନ ଶହୀଦ ହୋଇ ଥିବାବେଳେ ୧୨ ଜଣ ଲୋକଙ୍କର ମୃତ୍ୟୁ ଘଟିଥିଲା।